ପ୍ରିୟତମା
ପ୍ରିୟତମା
ମୁଁ:-ଇଚ୍ଛା ହୁଏ ତୁମକୁ ଜାବୁଡି ଧରନ୍ତି
ମୋ ବାହୁ ବନ୍ଧନରେ,
ପଥପ୍ରାନ୍ତ ପଥିକର ହୋଇ ଏକ
ଆଗନ୍ତୁକ ପଥର ସନ୍ଧାନରେ।
ତୁମେ:-ମୁଁ ହୋଇଯାନ୍ତି ଦିଗହର।,
ଆଉ ତୁମେ ହୁଅନ୍ତ ପଥହରା।
ମୁଁ:-ତୁମେ ମୋର ହୋଇଯାନ୍ତ,
ତୁମେ:-ମୁଁ ହୁଅନ୍ତି ତୁମର କାନ୍ତ,
ଶକ୍ତ ଚୁମ୍ବନ କରି ବସନ୍ତି
ମୁଁ:-ତୁମ କପାଳ ନିକଟେ,
ଆଉ ଭିଡ଼ି ନିଅନ୍ତି ତୁମକୁ ମୁଁ
ହୋଇ ଆହୁରି ସମୀପେ।
ତୁମେ:-ତୁମେ ଲାଜେଇ କୁହନ୍ତ
ହେ କବିବର
ତୁମେ ଏତେ ପ୍ରଗଳ୍ଭ,
ମୁଁ :-ସ୍ମିତହାସ୍ୟ ଦେଇ କହିବି ଏ
ମୋ ପ୍ରେମର ପ୍ରଥମ ପ୍ରକଳ୍ପ।
ତୁମେ :- ମତେ ବାନ୍ଧି ନିଅ
ତୁମ କଠିନ ବାହୁରେ,
ଝରିବାକୁ ଦିଅ ତୁମ ପ୍ରେମର ସେ
ନିର୍ଝର ଶୀତଳତାରେ।
ମୁଁ:-ଝରଣା ପରି ନିର୍ଝରୀ
ପାରିବିକି ନାହିଁ ଜାଣି ନାହିଁ?
କିନ୍ତୁ ତୁଷାର ହୋଇ ଶୀତଳତା
ଦେବି ଏତିକି ଜାଣିଛି ମୁହିଁ।
ତୁମେ:- କରନ୍ତ ମୋତେ ପ୍ରଶ୍ନର
ଏକ ମାଳଗୁଛ,
ମୁଁ:- ତୁମ ଆଙ୍ଗୁଳି ନିର୍ଦ୍ଦେଶରେ ମୁଁ
ଘୃଣା କୁ କରନ୍ତି ତୁଚ୍ଛ।
ନୀରବତାର ଇଲାକାରେ ଶଦ୍ଦ ର
ଗାମ୍ଭୀର୍ଯ୍ୟରେ ସୃଷ୍ଟି କରନ୍ତି
ଏକ ସ୍ୱତନ୍ତ୍ର ପ୍ରେମ ,
ସ୍ନେହ ପ୍ରେମ ଅଳି ଭିତରେ ନିଜକୁ
ବୁଝେଇ ସୃଷ୍ଟି କରନ୍ତି
କେତେ କେତେ ଆଲୋଡନ।
ତୁମେ:- ତୁମ ପ୍ରେମର ମୁଁ ଗୋଟେ
ଛୋଟ ପ୍ରଜାପତି,
ମୁଁ:-ପ୍ରେମକୁ ସ୍ୱୀକୃତି ଦେଇ ପ୍ରେମ ଆଉ ସ୍ପର୍ଶର ମଧୁରତା ଭିତରେ
ଆମେ ସମ୍ପ୍ରତି।
ତୁମେ:- ହେବି ସେ କୁନି ପ୍ରଜ।ପତିର
ଗୋଟେ ସୁନ୍ଦର୍ ପବନ,
ଉଡୁଥିବି ଆଉ ଉଡେଇ ବୁଲୁଥିବି
ନେଇ ତୁମ ସେ କୁନି ମନ।
ମୁଁ :- ନୟନକୁ ତୁମ ଶକ୍ତ ଚୁମ୍ବନରେ ଦେବି ମୁଁ ଏକ ନୂତନ ଆଶା,
ଚୁପଚାପ୍ ରହି ଯିବ ମୋ ପ୍ରେମରେ
ବାନ୍ଧି ଏକ ସହସ।।
ତୁମେ:- ପାଣିପାଗ ପରି ଅଦିନିଆ
ଲଘୁଚାପ ସାଜି ବର୍ଷି ଯିବି
ତୁମ ଅଧରେ,
ମୁଁ:- ତୁମ ଅଧରର ପ୍ରତିଟି ସ୍ପର୍ଶକୁ ପିଇ ପ୍ରେମକୁ ଜାହିର କରୁଥିବି
ତୁମ ପୟରେ।........
ମୋ ନିଷ୍ପ।ପ ପ୍ରେମର ମୂଲ୍ୟବୋଧ
ଏଠି ବୁଝିବ କିଏ?
ତୁମେ ଚାହୁଁଥିଲ ଆଉ କିଛି ପ୍ରାୟେ
ସାଜିଲ ଆଉ କାହାର ସିଏ।
ଆଜି ମୁଁ ମାେ ନିଜକୁ ଖୋଜେ
ପ୍ରଶ୍ନର ପ୍ରତିଧ୍ଵନିରେ!
ପ୍ରଶ୍ନବାଚୀ ଥିବା ହୃଦୟ ଖୋଜେ
ମୋ ତୁମକୁ ପୂର୍ଣ୍ଣିମାରେ ଅନ୍ଧକାରେ।