ପ୍ରିୟତମା
ପ୍ରିୟତମା
ରୂପର ରୂପସୀ ତୁମେ
ମୋର ଏ ଦୁଇ ଆଖିର ଧାରେ
କଳ୍ପନାଠୁ ଅଧିକ ସୁନ୍ଦର
ତୁମେ ଆଉ ସେଇ ମୁହୂର୍ତ୍ତ ମୋ
ଜୀବନ ମରୁଭୂଇଁରେ ।
ସଜେଇ ଦେବାକୁ ଚାହେଁ
ତୁମକୁ ମୋ ଆଖି ପଲକରେ
ଯେବେ ସନ୍ଧ୍ୟା ଅଗମନେ
ଚିକମିକ କରନ୍ତି ଅନେକ
ତାରା ଆକାଶ କୋଳରେ ।
ଭିଜେଇ ଦେବାକୁ ଚାହେଁ
ତୁମକୁ ମୋ ପ୍ରେମ ଶ୍ରାବଣରେ
ଅଳ୍ପ ଅଳ୍ପ ଉଷ୍ମତାରେ
ଆଉ ମୋ ଦୁଷ୍ଟ ହାତ ଛୁଆଁରେ
ଟିକେ ଅଳସୀ ଲାଜରେ ।
ପ୍ରୀତିରେ ହଜିଯାଏ ମୁଁ
ଯେବେ ଦୁଷ୍ଟ ନଜର ମୋର ଏ
ଛୁଇଁ ଯାଏ ତୁମ ତନୁ
କହିଯାଏ କିଛି ମଧୁ ଭରା
କଥା ରାତିର ନିଶା ରେ ।
ମିଶି ଯାଅ ପ୍ରିୟା ମୋ ଠି
ଦୁଇ ଦେହ ମନ ମିଳନରେ
ଅମାନିଆ ମନ ମୋର
ଏ କରେ ଆଜି ଭାରି ଦୁଷ୍ଟାମି
ପାଇ ତୁମକୁ ପାଖରେ ।
ତୁମକୁ ପାଇକି ଲାଗେ
ସତେ ପାଇଛି ମୁଁ ସବୁ କିଛି
ମରୀଚିକା ଏ ଜୀବନେ
ମୋର ତୁମେ ଖୁସି ବାରମାସି
ପ୍ରିୟତମା ପ୍ରେମଦାସୀ। ।