ପରିଚୟ
ପରିଚୟ
1 min
214
ସମୟ ନଈର
ପ୍ରଖର ସ୍ରୋତରେ
ଭାସିଯାଏ ମୋର ନାଁ ।
ପବନର ସେଇ
ବିପରୀତ କୂଳେ
ମୋର ସପନର ଗାଁ ।
ନିଇତି ଦେଖଇ
ଭାବନା ରାଇଜେ
ଜୀବନର ମୋ ନାଆ ।
ବିଚରଣ କରେ
ତାହାରି କୂଳରେ
ଭାବି ସେ ମୋରି ସାହା ।
ଅନାବନା ସେଇ
ଜୀବନରେ ମୋର
ଲେଖା ନାହିଁ ତା କଥା ।
ଆତ୍ମୀୟତା ଆଉ
ସନ୍ତର୍ପଣ ମୋର
ଗାଉଛି ତାର ଗାଥା ।
ବାଟ ଭୁଲା ମୁଁ ଯେ
ପଥିକଟେ ହୋଇ
ଖୋଜେ ତାର ଠିକଣା ।
ଦିଗହରା ମୁଁ ସେ
ବାଇ ଚଢ଼େଇଟେ
ହୋଇ ଯେ ବାଟବଣା ।
ପ୍ରତୀକ୍ଷାର ଅନ୍ତ
ହୁଏ ନାହିଁ ଜମା
ବିଚଳିତ ମନଟା ।
ସାଗର କୂଳରେ
ଦରିଆ ପାରିରେ
ଭାସେ ଏ ଜୀବନଟା ।
ପାଣିରେ ପାଣିରେ
ଚହଲି ଯାଏ ମୁଁ
ଆଉ ମୋର ଛବିଟା ।
ପରିଚୟ ମୋର
କୋଉଠୁ ପାଇବି
ପଚାରେ ଏ ମନଟା ।
