STORYMIRROR

subhalaxmi samal

Abstract Children Stories

3  

subhalaxmi samal

Abstract Children Stories

ସ୍ୱାଧୀନ ଧ୍ଵଜା

ସ୍ୱାଧୀନ ଧ୍ଵଜା

1 min
175

ଯାଇଛି ବିଗତ କାଳ   ଆସିଛି ସ୍ୱାଧୀନ ବେଳ

   ହୃଦୟେ ଭରି ଅମର ରାଷ୍ଟ୍ରର ସ୍ୱର,

କରୁଥିଲେ ଅତ୍ୟାଚାର  କ୍ରୁର ଗୋରା ସରକାର

   ଭାରତ ମାଆର କେତେ ମହାନ୍ ବୀର,

      ଲଢି ଦେଲେ ପ୍ରାଣ ତାଙ୍କର,

   ସ୍ୱାଧୀନ ଭାରତ ମାଟି ପାଇଁ ଆମର।।୧।।


ବ୍ରିଟିଶ ଅଧୀନ ଦେଶ  ଦେଲେ ଯେ ବହୁତ କ୍ଳେଶ

   ଅନ୍ୟାୟ, ହିଂସାରେ କରିଲେ ସବୁ ଶେଷ,

ବାପୁଙ୍କ ଅହିଂସା ନୀତି  ଦେଖି ତାଙ୍କ ରୀତିନୀତି

    ନଇଁଲା ଶ୍ୱେତାଙ୍ଗ ରାଜନୀତିର ବେଶ,

       ଛାତିରେ ଛାତିକୁ ଲଗାଇ,

     ହାତ ବଢାଇଲେ ଆମର ଜାତି ଭାଇ।।୨।।


ଲହୁକୁ କଲେ ଏକାଠି  ଜୀବନ ବାଜିରେ ସେଠି  

    ଜୀବନ ଯୁଦ୍ଧରେ ହେଲେ ଅବତରଣ ,

ହାତେ ଧରି ଅସ୍ତ୍ର ଶସ୍ତ୍ର ଗୋରାଙ୍କୁ କଲେ ନିଶସ୍ତ୍ର

    ବୁହାଇଲେ ରକ୍ତ ମାରିକି ଜଣଜଣ,

       ବନ୍ଧୁକକୁ ଭୟ ନକରି,

   ବଳ, ସାମର୍ଥ୍ୟ ତାଙ୍କର ଦେଖାଇ କରି।।୩।।


ସତ୍ୟାଗ୍ରହ ସେ କରିଲେ  ସମୁଦ୍ରେ ଲୁଣ ମାରିଲେ

   ସତ୍ୟର ପଥ ବାଛି ନେଲେ ଆପଣେଇ,

ସ୍ୱଦେଶୀ ଦ୍ରବ୍ୟ ଆଦରି   ଅରଟେ ସୂତା କାଟିଲେ

   ' କର ବା ମର' ଧ୍ବନିରେ ବାଟ କଢ଼େଇ

       ସ୍ୱାଧୀନତା ସ୍ବାଦ ଚଖାଇ,

     ରଚିଗଲେ ଇତିହାସ ଧ୍ଵଜା ଉଡ଼ାଇ।।୪।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract