STORYMIRROR

subhalaxmi samal

Others

4  

subhalaxmi samal

Others

ମାଆ

ମାଆ

1 min
353

ମାଆର ମମତା ମାପକାଠି ନୁହେଁ

   ଆମ ପାଇଁ ଆଶୀର୍ବାଦ

ସ୍ନେହ ମମତାରେ ଅଗଣାଟିଏ ସେ

  ନାହିଁ ତା ବାଦବିବାଦ ।


ତା'ର ଖୁସି ପାଇଁ ହୃଦୟ ଢ଼ାଳିବି

  ମୋ ଜୀବନ ମୂଲ୍ୟ ଦେଇ

ମୋ ଜୀବନର ପ୍ରଥମ ଗୁରୁ ସିଏ

  ତା' ପରି କେହି ନାହିଁ ।


ଜୀବନ ଦେଇଛି ମୋହରି ପ୍ରାଣରେ 

   ଦଶ ମାସ ଗର୍ଭେ ଧରି

ତା'ର ହାତଧରି ଚାଲି ମୁଁ ଶିଖିଲି

  ଦୁନିଆ ହେଲା ମୋହରି ।


କେତେ ମିଠା ସେଇ ମାଆ ଡାକ ମୋର

    କିଏ ଦେଲା ତା'ର ନାଆ

କେବେ ମନେ ତୁମ କଷ୍ଟ ଦେବିନାହିଁ

    ଶପଥ ନେଉଛି ମାଆ ।


ଭରିଦେବି ସୁଖ ତୁମ ଜୀବନରେ

   ହୋଇ ତୁମଠାରେ ଋଣୀ

କେତେ ମୂଲ୍ୟବାନ ସମୟ ତୁମର 

  ଦେଇଛ ଯେ ମୋତେ ଆଣି ।


ତୁମ ଆଶିଷର କାମନା ପାଇଁ ମୁଁ

   ରହିଥିବି ସଦା ଚାହିଁ

ଈଶ୍ୱର ସୃଷ୍ଟିକୁ ଧନ୍ୟବାଦ ଦିଏ

  ତୋ କୋଳେ ଜନମ ପାଇଁ ।


ଅନୁସରଣିବି ତୁମରି ମାର୍ଗ ମୁଁ

  ଶପଥ ନେଉଛି ଆଜି

ତୁମ ପରି ସ୍ନେହମୟୀ ମୁଁ ହୋଇବି

   ତୁମରି କଥାକୁ ଭଜି ।


Rate this content
Log in