ପ୍ରିୟତମ
ପ୍ରିୟତମ
ପ୍ରିୟତମ
ଏକାଏକା ଛାଡିଦେଇ ଚାଲିଗଲ ମତେ
ଡୁବୁଛି ତ ଡୁବୁଅଛି
ଅଥଳ ସାଗରେ,
ଦୁଃଖ ଏକ ନୀଳନଈ
ତାହାରି କୂଳରେ ବସି
ଚହଲା ପାଣିରେ
ଚୁପ୍ ଚାପ୍ ଦେଖୁଅଛି
ତମ ପ୍ରତିରୂପ
ମୋ ଭାଗ୍ୟର ଲେଖନୀ ରେଖାରେ,
ମୁଁ ଆଜି ପ୍ରତିକ୍ଷିତ
ତମ ଇଙ୍ଗିତରେ
ନିଃସଙ୍ଗରେ ଏକାଏକା
ଯିବ କି ଜୀବନ?
ଯେଉଁ ଅପହଞ୍ଚ ଇଲାକାରେ
ଥାଅପଛେ ତମେ
ମୋ ଜୀବନ କଟିଯାଉ
ତମ ପ୍ରତିକ୍ଷାରେ,
ଗୋପନ ହୃଦୟ ମୋର
ଉବୁଟୁବୁ ହୁଏ
କେତେକଥା ରହିଛି ମନରେ
ଏବେ ମୁଁ ମୌନାବତୀଟିଏ
ଦୀର୍ଘଦିନ ତମ ଅଦେଖାରେ,
ପ୍ରିୟତମ
ତମରସେ ଅତୀତ ସ୍ମୃତିରେ
ଦେହସିନା ମରିଯାଏ
ବେଳ ଅବେଳରେ
ହେଲେ ଆତ୍ମପକ୍ଷୀ କାଳକଳ୍ପଯାଏ
ମୃତ୍ୟୁକୁ ସେ ବାନ୍ଧି ରଖେ
ପ୍ରେମର କବରେ !!

