STORYMIRROR

Ajit Meher

Romance Tragedy Fantasy

4  

Ajit Meher

Romance Tragedy Fantasy

ପ୍ରିୟ ତୁମେ

ପ୍ରିୟ ତୁମେ

1 min
53

ପ୍ରିୟ ତୁମେ,


ସେଦିନ ଝରାପତ୍ରଟିଏ ପରି,

ପବନରେ ଉଡ଼ିଆସିଥିଲ ତୁମେ,

ମୟୁରଚୁଡା କୁ,

ଯେମିତି ବହି ଭିତରେ ସାଇତି ରଖା ହୁଏ

ମୁଁ ବି, ହୃଦୟ ଭିତରେ ସାଇତି ରଖିଛି ତମକୁ,

ସେଦିନଠୁ।


କେଉଁବେଳ ଦେଖି, ସମୟ ଟିକେ ନେଇ

ଆସ ଥରେ,

ଵନ୍ଦ କାଠରୀ କି କଫିଶପ ନହେଲେ ନଇଁ

ନଇକୂଳେ କିମ୍ବା ପାର୍କ ର ସେ ଶେଷ ବେଞ୍ଚ 

ରେ ବସ, 

ମତେ ଟିକେ ପଢ।


ପ୍ରେମ କ'ଣ ମରେ କି ଝାଉଁଳେ ?

ସବୁବେଳେ ସତେଜ;

ଆଜି ବି, 

ମହ ମହ ।

ସିଗାରେଟ ଧୁଆଁ କି ହୁଈସ୍କି ବାସ୍ନା ଟିକେ ମିଶା ମିଶି ଥିବ, ଏଡ଼ଜଷ୍ଟ କରିବ।

ତମକୁ କ'ଣ ଅଜଣା ଯେ,

ସେଦିନ ରାତି ପରା ଜିଦ ବାଢ଼ିଥିଲ, 

"ୱାନ ସିପ, ଓନଲୀ" ବୋଲି।

ତା ପରେ ସିନା ରାତି ପାହିଥିଲା;

ସକାଳୁ ଦେଖେତ, ତୁମେ ନଥିଲ

ବେଡ଼ ଟା ଏକଦମ ଲାଗୁଥିଲା ଖାଲି ଖାଲି। 

ପାଖରେ ପାଇ,

ନୂଆ ପତ୍ରରେ ହସ ମହକିଲା ପରି 

ବେଶ ମହାକିଥିଲି;

କେତେଯେ ସ୍ବପ୍ନ ବୁଣିଥିଲି

"ଚୁଲି ମୁଣ୍ଡରରେ ତମ କୋଳରେ 

ମୁହଁ ଗୁଂଜିଥାନ୍ତି ମୁଁ,

ତୁମେ ରୁଟି ସେକୁଥାନ୍ତ ତାୱାରେ।"


ଏବେ ଯାହା, 

ହୋ ହଲ୍ଲା ରେ ନିଦ ଭାଙ୍ଗୁଛି

ଆଗ ଭଳି ଆଉ କାନ୍ଦି ବି ହେଉନି;

ସେଦିନ ର ଉଷୁମ ମେଘ, କ'ଣ ଅଛି!

ଯେ ବର୍ଷିବ।

ସେ ବାହାନା କରି ଲେଖିଛି ଗୁଡ଼ାଏ କବିତା

ଆଶା, ଭରଷା ଆଉ ଅଭିମାନର କଲମ ରେ।

ସାଇତି ରଖିଛି ତମେ ଦେଇଥିବା ଡାଏରି ଭିତରେ।


ୟା' ଭିତରେ ବହୁତ କିଛି ବଦଳି ଗଲାଣି ନିଶ୍ଚୟ;

ହଉ

ବେଳ ଦେଖି ପୁଣି ଥରେ ଆସ;

ସାକ୍ଷାତ ରେ ଅନ୍ୟାନ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance