STORYMIRROR

Sudhanjali Mishra

Abstract

2  

Sudhanjali Mishra

Abstract

ପ୍ରିୟ ଖାଦ୍ୟ ଓ ଅନୁଭୂତି

ପ୍ରିୟ ଖାଦ୍ୟ ଓ ଅନୁଭୂତି

1 min
355

ପ୍ରିୟ ଖାଦ୍ୟ ଓ ଅନୁଭୁତି

ମନୁଷ୍ୟର ଖାଦ୍ୟ ଅତି ପ୍ରୟୋଜନ

ତା ବିନା ସେ କେବେ ବଞ୍ଚିପାରେନା

କେତେକ ବଞ୍ଚନ୍ତି ଖାଇବା ପାଇଁକି

ଜୀବନ ଧାରଣ ଆଉ କା ' ନାଁ

ସେଥି ମଧ୍ୟରୁ ମୁଁ ବଞ୍ଚିବା ପାଇଁକି

ଖାଏ ସବୁ ଖାଦ୍ୟ ବଛା,ଅବଛା

ତଥାପି ପ୍ରିୟ ଯେ ଚାଟ୍,ଆଇସ୍କ୍ରିମ୍

ପାଇଲେ ଖାଏ ଯେ,ମୁଁ ମନଇଚ୍ଛା

ଭୁବନେଶ୍ବର,ଯାଏ ମୁଁ ଯେବେ ଖୋଜେ

ତେବେ ଚାଟ୍,ଦୋଷା ,ଆଇସ୍କ୍ରିମ୍ କୁ

ମନ ଇଚ୍ଛା ଖାଇ ଘରକୁ ଯେ ଫେରେ

ସଙ୍ଗେ ନେଇ ପୁଅ,ଝିଅ,ଜ୍ବାଇଁକୁ

କେଉଁଠାରେ ମିଳେ ସୁସ୍ବାଦ ଚାଆଟ୍

ଜଣାଗଲା ଯେବେ ଖାଇଲି ବୁଲି

ରାଗ ଖଟା ସହ ଟମାଟ ସଅସ୍

ବ୍ରହ୍ମପୁରିଆ ତ ଜଣାପଡିଲି

ଯେବେ ମୁଁ ପହଞ୍ଚେ ମୋତେ ଦେଖି ସିଏ

ବନାଏ ମନ ପସନ୍ଦ ଚାଆଟ୍

ପରିଚିତ ସିଏ ହୋଇଯେ ଗଲାଣି

ଅନୁଭୂତି ଲେଖେ ମୁଁ ଚଟାପଟ୍

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract