STORYMIRROR

Ashutosh Chaudhury

Romance Tragedy

3  

Ashutosh Chaudhury

Romance Tragedy

ପରୀକ୍ଷା

ପରୀକ୍ଷା

1 min
13.7K


ଖୋଲିଥିଲି ତୁମ ଆଗରେ ନିଦ୍ୱନ୍ଦରେ

ଜୀବନର ସବୁ ପୃଷ୍ଠା

ଭାବିଥିଲି ତୁମେ ସାହାରା ହେବ ଦେଖି

ମୋ ନିଷ୍ପାପ ଭରା ନିଷ୍ଠା ।।

ନିର୍ବିକାର ମନୋଭାବ ନେଇ ଜୀବନେ

ନିର୍ଲିପ୍ତ ଥିଲା ଚେତନା

ତୁମେ ଆଶା ସଞ୍ଚାର କରାଇ ହୃଦୟେ

ଦେଲ ଅସହ୍ୟ ବେଦନା ।।

ଦେହ ଦାହ ହେଲା ପରେ ବି ଶ୍ମଶାନରେ

କରିବି ତୁମ ଅପେକ୍ଷା

ଦେଖିବି ନିୟତି କେତେଦିନ ନେଉଛି

ପ୍ରେମର ଅଗ୍ନି ପରୀକ୍ଷା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance