STORYMIRROR

Ashutosh Chaudhury

Romance

3  

Ashutosh Chaudhury

Romance

କାହାକୁ କହିବି

କାହାକୁ କହିବି

1 min
14.1K


କାହାକୁ କହିବି......

ଯେବେ ତୁମ ଆଖି ତୀର ଚିରି ଥାଏ ଛାତି ମୋର

ହୃତପିଣ୍ଡ ଅଳିନ୍ଦ ନିଳୟର କରେ ଅସ୍ତ୍ରୋପଚାର।୧।

କାହାକୁ କହିବି......

ଯେବେ ତୁମ ନାଲି ହସ ଭରେ ଦେହରେ ମୋ ତାତି

ଛଟପଟ ହୋଇ ଦହନ ଜ୍ବାଳାରେ ବିତେ ସାରା ରାତି।୨।

କାହାକୁ କହିବି......

ଯେବେ ତୁମ ଦିବା ସପନ ପାଇଁ ବିକେ ମୋ ନିଦ

ମରୀଚିକାର ପଛରେ ଧାଇଁ ଥକିଯାଏ ଦୁଇ ପାଦ।୩।

କାହାକୁ କହିବି......

ଯେବେ ତୁମ ମୁହଁ ଦେଖି ଅନ୍ତରେ ଜଳେ ମୋ ଜହ୍ନ

ଅନିଚ୍ଛା ସତ୍ତ୍ଵେ ପୋଛିଥାଏ ଗ୍ରହଣର କଳଙ୍କ ଚିହ୍ନ।୪।

କାହାକୁ କହିବି......

ଯେବେ ତୁମ ଲୁହ ଟୋପା ଭିଜାଇ ଦିଏ ମୋ ପିଣ୍ଡ

ଓଠରେ ହସ ଫୁଟାଇବା ପାଇଁ ନିଜକୁ କରେ ଖଣ୍ଡ।୫।

କାହାକୁ କହିବି......

ଯେବେ ତୁମ ଇଚ୍ଛା ନଦୀ କୂଳରେ ଭାସେ ମୋ ଭକ୍ତି

ନିର୍ମାଣ କରି ଭାବନାର ସରଗ ହାରେ ସବୁ ଶକ୍ତି।୬।

ଡଃ.ଆଶୁତୋଷ ଚୌଧୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance