STORYMIRROR

Satyaprakash Sethy, M. A(UGC NET)

Abstract Others

3  

Satyaprakash Sethy, M. A(UGC NET)

Abstract Others

ପ୍ରେସ ସ୍ୱାଧୀନତା ଦିବସ

ପ୍ରେସ ସ୍ୱାଧୀନତା ଦିବସ

1 min
11.9K


ପ୍ରେସ ସ୍ୱାଧୀନତା ଦିବସରେ ଅଜି

ଶ୍ରଦ୍ଧାଞ୍ଜଳୀ ତୁମେ ଢାଳେ

ଯେଉଁ ସାମ୍ବାଦିକ ଜୀବନ ଦେଇଛି

ସତ୍ୟାନୁସନ୍ଧାନ ମୂଳେ।।

ପ୍ରଚଣ୍ଡ ବିପଦେ ନହୋଇ କାତର

କରନା ଖବର ଦିଅ

ଲୋକକୁ ସଚେତ ସଚେତନ କର

ନ ଡରି ବିପଦ ସୁଅ।।

ତୁମର ବିରତ୍ୱ ସାହସିକ ପଣେ

ଆମେ ପ୍ରଭାବିତ ହୁଏ

ନ ଡରି ନ ଦବି ସାମ୍ବାଦିକତାକୁ

କେମିତି ଗୁରୁତ୍ୱ ଦିଏ।।

ଆଜିର ଦିନରେ ସାମ୍ବାଦ ପତ୍ରର

ନିରପେକ୍ଷତା ଯେ ପ୍ରଶ୍ନ

ତଥାପି ସମ୍ବାଦ ପ୍ରସାରଣ କ୍ଷେତ୍ରେ

ଭୂମିକାଟି ତା ଅନବାଦ୍ୟ ।।

ଯାହା ହେଲେ ମଧ୍ୟ ପତ୍ରକାରଗଣ

ପରା ଅଟେ ସତ୍ୟନିଷ୍ଟ

ନିଜକୁ ଠେଲିଣ ବିପଦ ମୁହଁକୁ

ସତ୍ୟ ଖୋଜି ସହେ କଷ୍ଟ।।

ସମ୍ବାଦ ପତ୍ରକୁ ମୁକ୍ତ ଓ ଅବାଧ

ନିରପେକ୍ଷ ରଖିଥିବ

ନୋହିଲେ ସତ୍ୟ ଯେ ଦୃଷ୍ଟି ଆଢୁଆଳେ

ଅନ୍ଧକାରେ ଲୁଚିଯିବ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract