STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ପ୍ରେମରେ ପଡ଼ିବା ପରେ

ପ୍ରେମରେ ପଡ଼ିବା ପରେ

1 min
13.7K


ଅଜିତ୍ କୁମାର ସେଠୀ


ଜହ୍ନକୁ ପଚାରିଲି

କଇଁ ପାଇଁ ଏତେ ତମ ଦରଦ କାହିଁକି ?

ଜହ୍ନ କହିଲା

ଥରୁଟିଏ କାହାକୁ ମନ ଦେଇ ଦେଖ

ଆପେ ଆପେ ସବୁ ବୁଝିଯିବ l

ସାଗରକୁ ପଚାରିଲି

ନଈକୁ କୋଳେଇ ନେବାକୁ

ଏତେ ତମେ ବ୍ୟାକୁଳ କାହିଁକି ?

ସାଗର କହିଲା

ଥରୁଟିଏ କାହାକୁ ହୃଦୟ ଦେଇ

ଭଲ ପାଇ ବସ

ଆପେ ଆପେ ସବୁ ଜାଣିଯିବ l

ଭଅଁରକୁ ପଚାରିଲି

ଫୁଲରେ ଓଠ ରଖି

ଏତେ ତୁମେ ଝୁମୁଥାଅ କାହିଁକି ?

ଭଅଁର କହିଲା

ପ୍ରିୟାକୁ ପ୍ରାଣ ଭରି

ପ୍ରେମ କରି ଦେଖ ତ

ତୁମ ପାଇଁ ଆଉ କିଛି ଅବୁଝା ନ ଥିବ l

ଏବେ ମୁଁ ବୁଝୁଛି

ତାର ପ୍ରେମରେ ପଡିବା

ମୋ ପ୍ରଶ୍ନର ଉତ୍ତର ସବୁ

ଏବେ ମୋରି ପାଖରେ l


Rate this content
Log in

Similar oriya poem from Classics