STORYMIRROR

Sradhanjali Panigrahi

Abstract

2  

Sradhanjali Panigrahi

Abstract

ପ୍ରେମର ରଙ୍ଗ

ପ୍ରେମର ରଙ୍ଗ

1 min
249

କହିବକି ସାଥୀ

କ'ଣ ସେ ରଙ୍ଗ ପ୍ରଥମ ପ୍ରେମର

କିପରି ତାହାର ବର୍ଣ୍ଣ

ବର୍ଣ୍ଣିବାକୁ ଅଛି ତାର ପ୍ରତିରୂପ

ହାତେ ଧରି ପେନ ମୁନ


କିଏ ବା କହିବ ସମୀକ୍ଷା କରାଇ

ସେ, କେଉଁ ରଙ୍ଗେ ରଙ୍ଗାୟିତ

ପ୍ରେମ ପାଇଁ ଆଜି ଆଲୋଡନ ମନେ

ଭାବିବି କା' କଥା ସତ


ଗୋଲାପ ଯେ କୁହେ ମୁଁ ପ୍ରେମ ସନ୍ତକ

ପ୍ରେମରଙ୍ଗ ଅଟେ ନାଲି

ସୂରୁଜ ଯେ କୁହେ ମୋ ଉଦୟ ଆଭାଷେ

ରଙ୍ଗ ତା ଫିଟେ ସୁନେଲି


ପୂର୍ଣ୍ଣିମା ରାତିର ଚନ୍ଦ୍ରମା ବି ବାଢ଼େ

ତା ଯୁକ୍ତି ଉତ୍ତର ଦେଇ

ଅଧୁରା ମୋ ବିନା କବିର କବିତା

ଅଧୁରା ମିଳନ ରାତି


ପ୍ରେମ ଅଟେ ଶୁଭ୍ର, ଶାନ୍ତ, ସ୍ନିଗ୍ଧ ଜ୍ୟୋତି

ନାହିଁ ସେଠି କଳା ଦାଗ

ହେଲେ, ବିନା କଳା ଦାଗେ ପ୍ରେମ କି ସଫଳ

ନ ହେଲେ ସଂଘର୍ଷ ଭୋଗ


ପ୍ରେମରଙ୍ଗ କଳା ବୋଲି ତର୍କ କରେ

ଭାସମାନ ମେଘ ଖଣ୍ଡ

ସେଥି ପାଇଁ ପରା କିଛି ଦିଶେ ନାହିଁ

ପ୍ରେମୀ ଯେ ହୁଅଇ ଅନ୍ଧ


ଇନ୍ଦ୍ରଧନୁ କୁହେ ପ୍ରେମ ସପ୍ତରଙ୍ଗ

ସୃଷ୍ଟିର ଜୀବନ ଧାରା

ଅପ୍ରସ୍ତୁତ ତା'ର ଏହି ଉକ୍ତି ଆଗେ

ମୋ ମନ ବୁଝେ ନାହିଁ ପରା


ଏସବୁ ବିଭ୍ରାଟେ ଛନ୍ଦି ହୋଇ ଯେବେ

ସ୍ଥିର ଥିଲା ମୋର ତୂଳି

ଦେଖା ହେଲା ସିଏ ସାଗରର କୂଳେ

ହାତେ ରଂଗଡବା ତାର ଧରି


ତା ରଙ୍ଗ ଡବାକୁ ପରଶି ଦେବାକୁ

ବଢାଇଲି ଯେବେ ହାତ

ହାତ ମୋର ଧରି କହିଲା ସେ କାନେ

ରଂଗହୀନ ପ୍ରେମ ଶାଶ୍ୱତ


ଅବାକ୍ ହୋଇଲି ତା' ଉତ୍ତର ପାଇ

ମନେ ମୋର ଗଢେ ଭ୍ରାନ୍ତି

ବୁଝାଇ କହିଲା ପ୍ରେମ ଅଟେ ନୀର

ସବୁ ରଙ୍ଗେ ଯାଏ ମାତି


ଗୋଲାପର ଦେହେ ଲାଲି ହୋଇଯାଏ

ଜହ୍ନ ଦେହେ ଶୁଭ୍ର ରଙ୍ଗ

ସୂର୍ଯ୍ୟର ସୁନେଲି ରକ୍ତିମ ବେଶ ସେ

ଇନ୍ଦ୍ରଧନୁ ସପ୍ତରଙ୍ଗ


ପ୍ରେମିକାର ରାଗେ ନାଲି ହୋଇଉଠେ

ଅଭିମାନେ ପଡେ ଫିକା

ଲାଜେଇ ଗଲେ ସେ ନୀଳ ପଡି ଯାଏ

ପ୍ରେମରଙ୍ଗ ଏମିତିକା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract