STORYMIRROR

Manini Mishra

Abstract Fantasy

2  

Manini Mishra

Abstract Fantasy

ପ୍ରେମିକ ପୁରୁଷ -୧

ପ୍ରେମିକ ପୁରୁଷ -୧

1 min
2.9K


ଅାଶ୍ଵିନର ଏମିତି ଗୋଟେ ରାତିରେ କଲ୍ କରେ ପ୍ରେମିକ ପୁରୁଷ

ଜାହିର୍ କରେ ତାର ଏକ୍ଲା ପଣ

ତା ଶବ୍ଦରେ କାଶତଣ୍ଡୀ ଶିଖେ କୁହୁଡ଼ି ପହଁରା

ତା ହାତରେ ନଈ କାନ୍ଥରେ ଚାଲେ ରଙ୍ଗମରା ଝୁଣା ଗୁଗୁଳ

ଶିଖେ ଅନ୍ଧାର ମାଖିବା

ନିଆଁରେ ଜଳି ଜଳି ମହମହ ବାସିବା

ଅଥଚ ମୁଁ ଆଜି ବି କାଲି ପରି

ଗୋଟେ ପ୍ରଶ୍ନବାଚକ ଚିହ୍ନର ଶେଷ ବିନ୍ଦୁରେ

ତାରା ପୁଞର ଦୋଳିରେ ଝୁଲୁଛି

ମୋର ପହିଲି ଚିଠି ଆଜି ହେଲା ଠିକ୍ ବର୍ଷେ

ମୁଁ ଆଜିକାଲି

ଗୋଟେ ଝରନ୍ ଦେହରେ

ଭାସୁଥିବା ପାଉଁଶ ମୁଠେ ।

ମଣିଷ ଭାଙ୍ଗିପାରୁନଥିବା ଭିଡରେ

କିଛି ଆଶ୍ଚର୍ଯ୍ୟ ହେବା କଣ ଅଛି ??

ହଁ, ପ୍ରେମିକ ପୁରୁଷବି ଅଶରିରୀର ଠିକଣା ହୁଡେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract