STORYMIRROR

Manini Mishra

Fantasy Abstract

2  

Manini Mishra

Fantasy Abstract

ଶବ୍ଦ ଯାତ୍ରା

ଶବ୍ଦ ଯାତ୍ରା

1 min
2.4K


ଏ ଗୋଟେ କଲମ ଆଜ୍ଞା

ସେ କାଳିରେ ଯିଏଁ

ତାକୁ ବୁଝାନା ବୁଝାନା

ଗୋଲାପ ଅତରର ଦାମ୍ ଏଠି

ବନ୍ଧୁକ ଅଇଁଠା ଚାଟିଲା ଆଜ୍ଞା

ଦୁଆତର ଛାତିରୁ ଅତଡ଼ା ଖସିଲା

ବାସ୍ ..

ଏବେ ଖଞ୍ଜ ସବୁ ଅଖଞ୍ଜ

ଏ ବେଳରେ

ବୋଳି ହୋଇ କରି

ଚୋରା ବ୍ରାଉନ୍ ସୁଗାରର ପଲିପ୍ୟାକ୍ ଗୁଳି ସବୁ

ଅଣ୍ଡର ଗ୍ରା‍ଉଣ୍ଡ୍ ବୁଲା କୁକୁର

ଏବେ କଫିନରେ ଶୋଇଛି ‍

ଖଣ୍ଡ ଅକ୍ଷର ଶବ୍ଦ ଆଜ୍ଞା

ଗୋଟେ ସୁନା କନିଆଁ

କେବେଠୁ ତେଲ ଲାଗି ନଥିବା

ତାର୍ ଜଟା ଶବ୍ଦମାନେ ଶବ ହେଲେ

ଫୁଟ୍ ପାଥମାନଙ୍କରେ ଚାଲେ

ଫଟ ସେସନ୍ , ରାଲୀ ,ଫେସବୁକ୍ ଲାଇଭ୍ ଆଜ୍ଞା

କିଛି ନାହିଁ ସୁନା କନିଆଁର

ଶାଶୁଘର ଗାଁ ଲୋକ

ରାଜଧାନିଆଁ ରାଜ ରାସ୍ତା

ଏମାନଙ୍କ ଘର ସ୍ଵପ୍ନ ଜାଲରେ,

ଚିଲିକାର ଚିଙ୍ଗୁଡି ଘେର

ହେଲେ ଅଗ୍ନିଚୂଡାରେ ଡହ ଡହ ଜଳିବାରେ

ଓସ୍ତାତ୍ ଗୋଟେ‍ ଅକ୍ଷର

ଶବ୍ଦର ଶବାଧାରରେ ହସେ

ବର୍ଷାଏ କଦମ୍ବ ଫୁଲ

ସେ ଜାଣେ ଆଜ୍ଞା କଲମ ଶବ୍ଦ ,

ଅକ୍ଷରକୁ ଥୋକାଏ ଲୋକ ଗୁଳି କରି

କରିଦିଅନ୍ତି ଅଜର ,ଅମର ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy