STORYMIRROR

Manini Mishra

Fantasy Abstract

2  

Manini Mishra

Fantasy Abstract

ପ୍ରେମିକ ପୁରୁଷ -୨

ପ୍ରେମିକ ପୁରୁଷ -୨

1 min
2.5K


ଅନ୍ଧାରି ଜାଲର ସେପଟେ

ଧ୍ୟାନରେ ମଗ୍ନ

ପ୍ରେମିକ ପୁରୁଷ

ଟପ୍ ଟାପ୍

ତା ମୁଣିରେ ଖସେ

ତାରାଫୁଲ

ଆଖିରେ ପଟି ବାନ୍ଧି

ଧାରେ ଆଲୁଅ ସହ

ଅନେକ ଥର ଖେଳିପାରେ

ଛୁଁ ମତେ ଛୁଁର ଖେଳ

ଛିଟକନା ଗୁଡେଇ

ଥୋଇଦେଇପାରେ ଅାଶ୍ଵିନକୁ

ତାର ନୀଳ ଛ‍ାତିର

କୋଣଠେସା ଜାଗାରେ

ଏବେ ସେ ବିନ୍ଦାସ୍ ଦେବୀ

ଖୋଜେ ଅମୁହାଁ ଦେଉଳରେ ..

ରାଧେ ରାଧେ ଜପୁଥିବା

ତୁଳସିର ମାଳ

ତା ପଢାଟେବୁଲରେ

ବେଳ ଅବେଳରେ

ତା ଝର୍କା ପଟେ ଝଙ୍କାଳିଆ ଦେବଦାରୁର ଝଡ

ମୁକୁଳା ପଦୁଅଁ ଫୁଲ

ଓଠର ସେ ପହିଲି

ଲାଲ ଲିପଷ୍ଟିକ ଦାଗ ।

ଅନେକ କିଛି ଭାଷାରେ ଖୋଦା

ସେ ଖଣ୍ଡେ ଆଣ୍ଟିକ୍ ଶିଳା ଲେଖ

ଢୋଲ ମାନ୍ଦଲ୍ ତାଳରେ ଦେବୀ

ସଦା ଅପଢା ଆଉ ଅପହଞ୍ଚ ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy