STORYMIRROR

Manini Mishra

Others

3  

Manini Mishra

Others

ଝିଅ ପାଇଁ ପଦେ ...

ଝିଅ ପାଇଁ ପଦେ ...

1 min
13.1K


ଝିଅ ତୋର ‌ଉଡାଣଖୋର ମନରେ

ଆ ବାନ୍ଧିନେ

କାଶତଣ୍ଡୀ ରଙ୍ଗର ହଳେ ଡେଣା

ଆଖିବୁଜ୍ ,ଉଡ୍ ‌ଉଡ୍

ତୋର ଶେଷ ଇଚ୍ଛାର ଶୋଷ ମେଣ୍ଟା

ଆଖି ଖୋଲିଲେ

ଏଠି ପ୍ରେମର ପ୍ରଲୋଭନ

ସେଠି ଚନ୍-ଚୁ ଘଷୁଛି ଭୋକିଲା ଛନ୍ଚାଣ ..

ଏଠି ପ୍ରେମିକ ପୁରୁଷର ପଞ୍ଜୁରୀ

ସେଠି ଗୋଟେ ଲମ୍ପଟର ଟାଣ ପନ୍ଝା

ସବୁ ଦିଶେ ସମାନ୍ ତତେ ହିଁ

ହିମ ଋତୁରେ ହିସାବ କରିବାକୁ ହେବ

ତୁ କେଉଁ ଉହ୍ମେଇର ଉଷ୍ମା

ନା

ଅରଣ୍ୟର ନିଆଁ ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍