STORYMIRROR

Manini Mishra

Abstract Fantasy

2  

Manini Mishra

Abstract Fantasy

କଥା ତ ଏତିକି

କଥା ତ ଏତିକି

1 min
2.1K


ମୁଁ 

ରୋହିଣୀ କୁଣ୍ଡରେ ନିର୍ବାକ ପଡିଥିବି 

ତୁ ମତେ 

ବାଗେଇ ମୋ ଦେହରୁ 

ଅୟୁତ ଯୁଗର ଖୋଳପା ସବୁ 

ଛଡ଼େଇ ଦେଉଥିବୁ

ମୁଁ

ତୋ କାନ୍ଥକୁ ଆଉଜି 

ସୁନା ଦେବଦାରୁ ଗଛର 

ଛନ ଛନ ପଣରେ 

ପିକେଇ ଉଠୁଥିବି 

ତୁ ମତେ ଆକାଶରେ 

ଉଡାଣ ଖୋର ହେବାକୁ ଉସକଉ ଥିବୁ 

ମୁଁ

ତତେ ମୋର ଆକାଶ ଭାବି

ତୋ ଛ‍ାତିରେ ମୋର ହସ ସବୁ ଥୋଇଦେଉଥିବି 

ମେଘପହଁରା ନ ଜାଣି ସେସବୁ 

ଲୁହର ନଈଟେ ହୋଇ 

ତରଳି ଯାଉଥିବ..

ତୁ ତୋର 

ଦାମୀ କ୍ୟାମେରାରେ 

ଗୋଟେ ଉଛୁଳା ନଈ ସହ

ସେଲଫି ଉଠେଇବ‍ାରେ ମସଗୁଲ ଥିବୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract