ପ୍ରେମଦାସୀ
ପ୍ରେମଦାସୀ


ନିର୍ଜନ ନିସ୍ତବ୍ଧ ରାତ୍ରି ବହଳ ଅନ୍ଧାର
ଅନ୍ଧାର ଭିତରେ ନଭେ ତାରକା ସୁନ୍ଦର
ସୁନ୍ଦର ଜହ୍ନର ଜ୍ୟୋତ୍ସା ମନ ମୋ'ଆତୁର
ଆତୁର ପରାଣ ଖୋଜେ ପୀରତି କାହାର ।
କାହାର ଭାବନା ଭରେ ହୃଦୟେ କମ୍ପନ
କମ୍ପନ ନୁହେଁ ସେ ମିଠା ମୃଦୁ ଶିହରଣ
ଶିହରଣ ବୁଣିଦିଏ ଆଖିତଳେ ସ୍ୱପ୍ନ
ସ୍ୱପ୍ନ ଲୁଟିନିଏ ନିଦ ରାତି ସାଜେ ଦିନ ।
ଦିନରାତି ବିତିଯାଏ ଅକୁହା ସେ ଭାବ
ଭାବ ଜଳେ ସିକ୍ତ ତନୁ କାହାକୁ କହିବ
କହିବ କି ଯଉବନେ ଖୁସି କେ ଭରିବ
ଭରିବ ଜୀବନ ତୃଷ୍ଣା ପ୍ରୀତି ସ୍ପର୍ଶ ଦେବ ।
ଦେବ କିଏ ଉପହାର ସାଥି ରୂପେ ଆସି
ଆସିବା ବାଟକୁ ଚାହିଁ ଅଛି ପ୍ରେମ ଦାସୀ ।