STORYMIRROR

Titi Sarangi

Romance

2  

Titi Sarangi

Romance

ପ୍ରେମ

ପ୍ରେମ

1 min
2.6K


ମାଟି ଗୋବର ଲିପା ସେ ଘରଟି

ଚାରିପଟେ ଋତୁବାରି ଫୁଲଙ୍କ ମେଳାରେ ହସୁଥାଏ,

ଗଲା ଆଇଲା ବାଟୋଇଟି ଥକ୍କାମାରେ ଘଡିଏ ତା ପିଣ୍ତାରେ

ଖାଇବାକୁ ଅଛି କି ନାଇଁ ଘରକୋଣରେ କେଜାଣି

ପିଇବାକୁ ମିଠା ପାଣି ମୁନ୍ଦେ ଢାଳଟିରେ ଥାଏ ା

ନିପଟ ଗାଉଁଲୀଆଣୀ ରତନା ଭାରିଜା

ମିଠା ହସଧାରେ ନାଇ ସରୁ ଓଠଟିରେ

ଅଷ୍ଟ ଅଳଙ୍କାରର ଅବଶୋଷକୁ ପବନରେ ଉଡେଇ ଦିଏ,

ମତୁଆଲା କୋଇଲି ସୁର ମେଲେ ଗଛ ଗହଳରେ

ବିଭୋର ରତନା ତୋରାଣୀ ମୁନ୍ଦିଏ ପିଇ ପ୍ରେମ ମଧୁ ସମ

କେଡେ ଖୁସିରେ ପାହାନ୍ତା ପହରୁ ବିଲକୁ ବାହାରି ଯାଏ ା

ନା ଦିନକ ପାଇଁ ନା ହପ୍ତାଏ ପାଇଁ

ନା ଗୋଲାପ ଫୁଲରେ ନା ଅନ୍ୟ କିଛି ଉପହାରରେ

ପ୍ରେମ ସେଠି ଜଡିଯାଇଥାଏ ନିଃସର୍ତ୍ତ ପ୍ରତିଶ୍ରୁତିରେ ଚିରନ୍ତନୀ ମୁଦ୍ରାରେ ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance