ପ୍ରେମ
ପ୍ରେମ
ଚାନ୍ଦ ପରି ମୁହଁ ତମ
ନୀଳ ପରି ଆଖି
ଓଠ ସରୋବର ତମ
ହସ ମନ ଲାଖି ।
ଶୁ ଶୀତଳ ପ୍ରେମ ଜଳ
ସୀମା ହୀନ ସାଗର
ତା ଭିତରେ ଲମ୍ଫ ଦେଲେ
ମିଳେ ଶାନ୍ତି ଅପାର ।
ଜଳେ ଝାସ ଦେଲେ ତାର
କୂଳେ ଛାଡ଼ି ଦିଅଇ
ଅମାନିଆ ହେଲେ ତାକୁ
ଲହଡ଼ି ଦିଏ ବୁଡାଇ।
ଗୋଲାପ ପାଇବା ପାଇଁ
କଣ୍ଟା ହୁଏ ନିଜର
ପ୍ରେମିକାର ଖୁସି ପାଇଁ
ସୁଖ ଦୁଃଖ ନିଜର ।
ଦୁଇ ମନ ଏକ ପ୍ରାଣ
ଶରୀର ଏଠି ଦୁଇଟି
ଜଣକୁ ଛାଡ଼ି ଅନ୍ୟ ଜଣେ
ରହି ନ ପାରେ ଏଇଠି।
କିଛି ପ୍ରେମ ପ୍ରାପ୍ତ ହୁଏ
କିଛି ରୁହେ ଅଧାରେ
ଚାଲିବା ବାଟ ସାଥି ହୋଇ
ପ୍ରେମ କୁ ରଖି ମଥାରେ।
ହୃଦୟ ବୀଜ ରୁ ସେତ
ତୁମ ପାଇଁ ଜାତ
ତମ ହୃଦୟ ରେ ତାକୁ
ଘୋଡାଇ ରଖ ପତ୍ର ।