ପ୍ରେମ ପାଗଳାମି କି ?
ପ୍ରେମ ପାଗଳାମି କି ?
ମା ଗର୍ଭରୁ ଶିଖିଲି
ସନ୍ତାନ ପ୍ରତି ପ୍ରେମ,
ଯାହା ଅଟେ ଅମୃତ ସମାନ ।
ଜନ୍ମପରେ ଜାଣିଲି
ବାପାଙ୍କ ଆଦର ମାର ସ୍ନେହ
ଭାଇ ଭଉଣୀ ପ୍ରତି ପ୍ରେମ ।
ଟିକେ ବଡ ହେଲା ବେଳେ
ସ୍କୁଲ କୁ ଗଲି ସେଠି
ସାର ପାଠରୁ କହିଲେ,
ନିଜ ପରିବେଶ, ନିଜ ପ୍ରକୃତି କୁ
ସୁନ୍ଦର କର ତାକୁ ଭଲ ପାଅ ।
ନିଜ ଆଖପାଖରେ ଥିବା ନଦୀ ଝରଣା ପାହାଡ
ପଶୁ ପକ୍ଷୀ ଗଛଲତା ଏସବୁ କୁ ପ୍ରେମ
କରିବା ଶିଖ ।
ତାପରେ ମୋ ସାଙ୍ଗମାନେ କହିଲେ
ପରିବେଶରେ କିଛି ନାଇଁ
ଯଦି ଭଲ ପାଉଛୁ ଗୋଟେ
ପୁଅକୁ ଭଲ ପାଅ ।
ଗୋଟେ ପୁଅ କୁ ଭଲ ପାଇଲା ପରେ
ପୁଅଟି ଯଦି ଧୋକା ଦେଲା
ତେବେ ସମାଜ କହିବ
ଭଲ ପାଇବା ବିଲକୁଲ ଖରାପ ।
ଘରର, ସମାଜର ଇଜ୍ଜତ ସାରିଦେଲା,
ତାର ଦେହରେ ଟିକେ ବି ଲଜ୍ଜା ନାହିଁ।
ତାପରେ ଘର ଲୋକ ବିବାହ ପାଇଁ
ପୁଅ ଖୋଜିବେ, ତାପରେ ବିବାହ ହୋଇଯିବ,
ତାପରେ
କିଛି ସମାଧାନ ନାହିଁ ।
<
/p>
ତାପରେ ସଭିଙ୍କୁ ଭୁଲି ନିଜ ପ୍ରତି ଧ୍ୟାନଦେଇ
ନିଜକୁ ନିଜେ ଭଲ ପାଇଲେ
ସଭିଏ କହନ୍ତି ଏ ପାଗେଲି
କଣ ନିଜକୁ କିଏ ଭଲ ପାଏ ?
ଯଦି ନିଜକୁ କଷ୍ଟରେ ବି ହସେଇ ପାରିବି
ତ ତାହା ବି ତ ଏକ ପ୍ରେମ,
ନିଜକୁ ସଜେଇ ରଖିବା ତାହା ବି ନିଜ ପ୍ରତି ପ୍ରେମ
ନିଜର ଖୁସି ପାଇଁ କିଛି ପାଗେଲାମୀ କରିବା ବି ପ୍ରେମ ।
ପ୍ରେମ ଯଦି ପାଗଳାମି
ମୁଁ କରିବି ଥରେ,
ଦୁନିଆ ସମାଜ ଯାହା କହୁ ପଛେ
ଆଶା ଛାଡିବିନି କେବେ ।
ପ୍ରେମ କରିବା ଯଦି ଥାଆନ୍ତା ବିକୃତ,
ଆଜି ଆମେ ଏହି ପ୍ରେମ ଶବ୍ଦ ନେଇ
କରୁନ ଥାନ୍ତା ଚର୍ଚ୍ଚା,
ଦ୍ଵାପର ଯୁଗର ଆହୁରି ଆଗରୁ ହେଉଛି ବିକୃତ ପ୍ରେମ
ରାଧା କୃଷ୍ଣ ପରି ପ୍ରେମ ଯୁଗଳ କରିଛନ୍ତି ପ୍ରେମ ପାଇଁ କେତେ ଆତ୍ମସମର୍ପଣ ।
ପୁଣି କିଏ କିଏ କହନ୍ତି ନା ପ୍ରେମ କରିବା ଏକ ପାଗଳାମି,
ପ୍ରେମ ଶବ୍ଦ ହିଁ ଲଜ୍ଜା ଜନକ,
ପ୍ରାୟେ ଭୁଲି ଯାନ୍ତି ପ୍ରେମଠୁ ବଳି କିଛି ନାହିଁ ।
ତ ଏଠାରେ ପ୍ରେମ ବିକୃତ ହେଲା କେମିତି ?