ପ୍ରେମ ଅର୍ଥ କଣ
ପ୍ରେମ ଅର୍ଥ କଣ


ଫୁଲ କହିଥିଲା ପ୍ରେମ ଅର୍ଥ ସକାରଣ
ନଦୀ କହିଥିଲା ସଂଗୀତ ଗାନ
ଝରଣା କହେ ବରଫର ଆବରଣ
ପାହାଡ଼ କହିଲା ଅନାବରଣରରେ ଆବରଣ
ପବନ କହିଲା ଶୀତଳ ଚନ୍ଦନ
ବରଷା କହୁଛି ଅମୃତ ସିଞ୍ଚନ
ଆକାଶ କହେ ରଙ୍ଗ ସମୀକରଣ
ପାତାଳ କହେ ଉଦଗୀରଣ
ପୃଥିବୀ କହନ୍ତି ସ୍ନେହ ପ୍ରୀତି ମୈତ୍ରୀ ଓଢଣ
ତୁମ ପାଇଁ ପ୍ରେମ କହୁଥିଲ ଦହନ
ମୋ ପାଇଁ ବାସ କସ୍ତୁରୀ ଚନ୍ଦନ ଚନ୍ଦନ
ଓଁ ବୋଲି କରିଦେଲେ ଉଚ୍ଚାରଣ
ନମଃ ବୋଲି ଉଚ୍ଚାରଣେ ହୃତସ୍ପନ୍ଦନ
ଶିବା ବୋଲି ଡାକି ହୃଦୟେ କମ୍ପନ
ଏବେ ଏଇ ଏଇ ବୁଝିଗଲି ପ୍ରେମ ହିଁ ଜୀଵନ
ତା ବିନା ଅସମ୍ଭବ ଜୀଵନ କମ୍ପନ ଆସ୍ଥାନ ଧାରଣ