STORYMIRROR

Panchanan Jena

Romance

4  

Panchanan Jena

Romance

ପରଦାଫାସ୍

ପରଦାଫାସ୍

1 min
230



ଭାବୁଥିଲି 

ଫୋନକଲ୍ ଆସିଲେ କହିବି 

ଭଲରେ ଅଛି ଭଲେଇ ହେବି

ମସ୍ତିରେ ଅଛି ଗେହ୍ଲେଇ ହେବି

 ମଜାରେ ଅଛି ଚିଡେଇ ଦେବି

ଖୁବ୍ ଖୁସିରେ ଅଛି ଚିଗୁଲେଇ ଦେବି

ତୁମ ବିନା

ତୁମ ଉପସ୍ଥିତି ବିନା


ବଦମାସ୍ ଲୁହ 

ଦେଇମାନ୍ ଆଖି 

ଭିତର କଥାକୁ ପଦାରେ ପକେଇ ଦେଲେ

ଝରିଗଲେ ଆପେ ଆପେ 

ଟପ୍ ଟାପ୍ ଝର୍ ଝର୍

ପରଦା ଫାସ୍ କରିଗଲେ

ଗୁମର କଥାକୁ ଖୋଲେଇ ଦେଲେ 

ଅନ୍ତର ତଳେ ସାଇତା ସ୍ନେହକୁ ମେଳେଇ ଦେଲେ

ବୁହେଇ ଦେଲେ ମୁକୁଳେଇ ଦେଲେ


ଭାବୁ ଭାବୁ ତୁମକୁ

ଭାବନାରେ ଉବୁଟୁବୁ ହେଉ ହେଉ

ଅମାନିଆ ହେଲେ

ଝରି ପଡ଼ିଲେ 

ଗାଲ ଡେଇଁ ବହି ପଡ଼ିଲେ


ମାତ୍ର ଫୋନ୍ କଲ୍ କାହିଁ

ଆସିନି ଆଯିଯାଏଁ

ମାତ୍ର ମନରେ ସେତୁବନ୍ଧ ଆସ୍ଥା 

ଆସିବ ହିଁ ଅବଶ୍ୟ ଆପଣାଛାଏଁ

ଆଜି ନୁହେଁ ତ ଆସନ୍ତାକାଲି

ଅତ୍ୟନ୍ତ ମ୍ୟାସେଜ୍ ଆସିବ ଭାବନା ମୁହେଁ


Rate this content
Log in

Similar oriya poem from Romance