STORYMIRROR

Bhakta Malla

Inspirational

3  

Bhakta Malla

Inspirational

ପ୍ରବୃତ୍ତି

ପ୍ରବୃତ୍ତି

1 min
13K



ଆହାର ନିଦ୍ରା ଭୟ ଓ ମୈଥୁନ

ପାଶବିକତାର ନିଦ୍ରିତ ପ୍ରବୃତ୍ତି,

ପଶୁତ୍ବର କ୍ରୁର ଆଦିମତା

ସଚରାଚର ବ୍ୟାପିଛି

ଏ ଦାବ୍ୟା ପୃଥିବୀ ।।

ସୃଜନର ପ୍ରଥମ ପ୍ରହରୁ .....

ନୀତି ଆଉ ଆଦର୍ଶର ଅକୃତ୍ରିମ ଦ୍ୟୁତି

ସାମାଜିକ ନିୟମର ସୁଦୃଢ ଶୃଙ୍ଖଳ

ଯେତେ ବେଶି ଗଢାହେଲା

ଚାପିବାକୁ ପ୍ରବୃତ୍ତିର ଗଳା,

ସେତେ ବେଶି ଉତ୍ ଶୃଙ୍ଖଳ ଉନ୍ମାଦ ପ୍ରକୃତି

ବଜ୍ର ସ୍ବରେ ହୁଅନ୍ତି ଆବୃତ୍ତି ।।

ବୁଭୁକ୍ଷିତଃ କିଂ ନ କରୋତି ପାପମ୍

ନିଦ୍ରାଚ୍ଛନ୍ନ ଆଖି ଭୁଲେ ତୁଳୀତଳ୍ପ ଶେଯ

ଛାୟାଚ୍ଛନ୍ନ ଗଛ ମୂଳ ସାଜେ ସୁରମ୍ୟ ପଲଙ୍କ,

ଚୌଦିଗେ ଆଚ୍ଛାଦିତ ମୃତ୍ୟୁ ଭୟ

କିଏ...... ଯେ, ନିଃଶଙ୍କ !


ଆଶଙ୍କାରେ ଆତଙ୍କିତ

ପଶୁ ଆଉ ମଣିଷର ଶଙ୍କିତ ହୃଦୟ ।।

ମୈଥୁନ ତ' ସର୍ବୋତ୍ତମ ଆକର୍ଷଣ

ଜୀବନର ବିମୁଗ୍ଧ ମୁଜୁରା

ଆଦିମତାର କ୍ଷୀପ୍ର ଆଲୋଡନ,

ପ୍ରମତ୍ତ ମଣିଷ ଭୁଲେ

ସ୍ଥାନ - କାଳ - ପାତ୍ର

ବୟସ ଓ ପଦବୀର ଉଚ୍ଚ ସ୍ଥାନ ମାନ ।।

ବିବେକ ବି' ହଜିଯାଏ

ବିସ୍ମୃତିର ଅତଳ ଗହ୍ବରେ ,

ମୁନି ଋଷି ସଂଯମୀ ତପସ୍ବୀ

ରାଜା ପ୍ରଜା - ଦେବୀ ଓ ବିଦୁଷୀ

ପ୍ରତାରିତ, ପ୍ରବୃତ୍ତିର

ଉଦ୍ଦୀପିତ ଉଷ୍ମ ଆବେଗରେ ।।



ଭକ୍ତ ଚରଣ ମଲ୍ଲ

ନେମ୍ବରା, କେନ୍ଦ୍ରାପଡା 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational