Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Tragedy

4.5  

DILIP KUMAR SAHOO

Tragedy

ପ୍ରବାସୀର ଦୁଃଖ

ପ୍ରବାସୀର ଦୁଃଖ

1 min
11.7K



   ରାଇଜ ସୀମାରେ ପ୍ରବାସୀଙ୍କ ଭିଡ

   କରୋଣା ଟେକିଛି ଫଣା

   ଘରମୁହାଁ ଲୋକେ ତାଲାବନ୍ଦ ଯୋଗୁ

   ସବୁ ଏବେ ବାଟବଣା ।

   ଜୀବନ ବିକଳେ ସଭିଏଁ ଖୋଜନ୍ତି

   ଗଳାବାଟ ଅଛି କାହିଁ

   ଜୀବନକୁ ତାଙ୍କ ବାଜି ଲଗାନ୍ତି ସେ

   ଘରେ ପହଞ୍ଚିବା ପାଇଁ ।

   ପିଲା ପରିବାର ସାଥେ ଧରି କିଏ

   ଚାଲିଚାଲି ଘର ମୁହାଁ

   ହ°ସା ଉଡିଯାଏ ଶହଶହ କୋଷ 

   ଆଖି ପାଉନାହିଁ ଗାଁଆ ।

   ବାଟଘାଟେ ସବୁ କଟକଣା ଯୋଗୁ

   ଜଳପଥ ଖୋଜିଖୋଜି

   ଡଙ୍ଗା ଭଡାକରି ଆସୁଛନ୍ତି କେତେ

   ଖରା ବରଷାରେ ଭିଜି ।

   ସବୁ ଯାତନାକୁ ପାଶୋରି ପକାନ୍ତି

   ଘରକଥା ଭାବିଭାବି

   ହେଲେ ଏଣେ ଭାଇ ଘର ଦ୍ବାର ମନା

   କରୋଣା ବସିଛି ଜଗି ।

   ପ୍ରବାସୀଙ୍କ ଯୋଗୁ କରୋଣା ର ଭୟ

   ବଢୁଛନ୍ତି ସ°କ୍ରମିତ

   ପ୍ରବାସରେ ଏଣେ ଲକ୍ଷଲକ୍ଷ ଲୋକ

   ହେଉଛନ୍ତି ଛଟପଟ ।

   ସେଥିପାଇଁ ଏବେ ବଢେ କଟକଣା

   ସଭିଙ୍କର ହିତ ପାଇଁ

   ପ୍ରବାସୀ କେହିତ ଗାଁଆକୁ ଆସିଲେ

   ନିସଙ୍ଗେ ରହିବ ଯାଇ।   

   ଘରଲୋକ ସବୁ ଚାହିଁ ବସିଥିବେ

   ତାଙ୍କରି ଫେରିବା ରାହା

   କରୋଣା ଯୋଗୁତ ସହଜରେ ଏବେ

   ହେବନାହିଁ ଦେଖାଚାହାଁ ।

   ଭଲାରେ କରୋଣା ଏଡିକି ନିର୍ଦ୍ଦୟ

   ବୁଝୁନା ମମତା ମୂଲ 

   ଆପଣା ଲୋକଙ୍କୁ ପରକରିଦେଇ

   କରୁ ନିତି କଲବଲ ।


Rate this content
Log in