ପ୍ରାୟଶ୍ଚିତ
ପ୍ରାୟଶ୍ଚିତ
କେଉଁ ପାପ ମୁହିଁ
କରିଥିଲି ପ୍ରିୟେ
ମନେ ପଡୁନାହିଁ କିଛି,
ତୁମକୁ ହରାଇ
ଏହି ଜୀବନରେ
ବହୁ ଦୁଃଖ ଭୋଗୁ ଅଛି ।
ହସାଇବ ବୋଲି
ଆସିଥିଲ ପ୍ରିୟେ
କନ୍ଦାଇ ଦେଇ ଯେ ଗଲ,
କନ୍ଦାଇବ ବୋଲି
ସତରେ ଆଗରୁ
ତୁମେ କିବା ଭାବି ଥିଲ?
ଜାଣି ଶୁଣି ମୁହିଁ
ପାପ କରି ନାହିଁ
ବିବେକେ ପଚାରି ବୁଝେ,
କେଉଁ ଜନମର
ଥିଲା ପାପ କର୍ମ
ଏହି ଜନ୍ମେ ମୁହିଁ ଶୁଝେ ।

