STORYMIRROR

Prasanna kumar sahu

Romance Tragedy

3  

Prasanna kumar sahu

Romance Tragedy

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
150


କେଉଁ ପାପ ମୁହିଁ

କରିଥିଲି ପ୍ରିୟେ

ମନେ ପଡୁନାହିଁ କିଛି,

ତୁମକୁ ହରାଇ

ଏହି ଜୀବନରେ

ବହୁ ଦୁଃଖ ଭୋଗୁ ଅଛି ।


ହସାଇବ ବୋଲି

ଆସିଥିଲ ପ୍ରିୟେ

କନ୍ଦାଇ ଦେଇ ଯେ ଗଲ,

କନ୍ଦାଇବ ବୋଲି

ସତରେ ଆଗରୁ

ତୁମେ କିବା ଭାବି ଥିଲ?


ଜାଣି ଶୁଣି ମୁହିଁ

ପାପ କରି ନାହିଁ

ବିବେକେ ପଚାରି ବୁଝେ,

କେଉଁ ଜନମର

ଥିଲା ପାପ କର୍ମ

ଏହି ଜନ୍ମେ ମୁହିଁ ଶୁଝେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance