STORYMIRROR

Kabiratna Nutan Kumar Behera

Action Classics

4  

Kabiratna Nutan Kumar Behera

Action Classics

ପ୍ରାର୍ଥନା

ପ୍ରାର୍ଥନା

1 min
242

   

ମାନ୍ୟବର ଶିରୀ     ଶ୍ରୀକ୍ଷେତ୍ର ବିହାରୀ

       ମହୋଦୟ ସମୀପେଷୁ,

ନିବେଦନ ଏହି     ତୋ ପାଶେ ମୋହର   

        ଯୁଗ ଯୁଗ ରହିଥାଉ।   

କରୁଛି ଗୁହାରି       ତୋ ପାଶେ ଏତିକି

      ହେବୁ ନାହିଁ ନିରିଦୟ,

ବାପା ମାଆ ତୁହି      ଜନମ ଦାତା ମୋ 

     ତୋ ପାଦେ ଥାଉ ମୋ ଲୟ।

ପ୍ରତିକାର୍ଯ୍ୟେ ମୋର      ଶୁଭ ଦୃଷ୍ଟି ଦିଅ

        ସାଧନାରେ ସଦା ରତ,

ଥାଇ ଜଗତର       ହିତ ଲାଗି ସେବା

       କରୁଥିବି ଶତ ଶତ।

ଲୋଭ ନାହିଁ ମୋର     ଜୀବନେ ଅଯଥା

       ଧନ ଦରବକୁ ଆଶା,

ସବୁରି ଅଧରେ         ଫୁଟାଇବି ହସ

      ମୁଖେ ଦିଅ ମଧୁ ଭାଷା।

ଯଶ ଗଉରବ         ଅରଜି ଜୀବନେ

      ଇତିହାସେ ରଖି ନାମ,

ଲଭିବି ମୁକୁତ        କରୁଣାରେ ତୋର

     ଧନ୍ୟ ହେବ ଏ ଜନମ।

ପ୍ରାର୍ଥନା ଏତିକି          ପୂରଣ କରିବୁ

      ହୋଇ ତୁ ଆଜ୍ଞା ସାଦର,

ମୁଁ ଅତି ଅଧମ        ତୋର ଆଜ୍ଞାଧୀନ

     ଘେନ ହେ ମୋର ଜୁଆର।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action