STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପଞ୍ଚସ୍ତରୀ ବର୍ଷରେ ଆମ ସ୍ୱାଧୀନତା

ପଞ୍ଚସ୍ତରୀ ବର୍ଷରେ ଆମ ସ୍ୱାଧୀନତା

1 min
384

ବହି ଯାଇ ଅଛି ଦୀର୍ଘ ପଞ୍ଚସ୍ତରୀ ବର୍ଷ

ସ୍ୱାଧୀନରେ ଆମ୍ଭେ ଉଲ୍ଲସିତ ହର୍ଷହର୍ଷ l


ବହିଯାଇଅଛି ଯମୁନାରେ କେତେ ପାଣି

ଉଲ୍ଲସିତ ଦେଶବାସୀ ଭାଇ ଓ ଭଉଣୀ l


ସ୍ୱାଧୀନ ଚେତନା ଆଉ ସ୍ୱାଧୀନ ଚିନ୍ତନ

ସ୍ୱାଧୀନ ବକ୍ତବ୍ୟ ଆଉ ସ୍ୱାଧୀନ ଭାଷଣ l


ସଗର୍ବେ ଉଡ଼ଇ ଉଞ୍ଚା ଆମ ତିନିରଙ୍ଗିଆ

ଏ ଜାତି ଗର୍ବ ଗୌରବ ଗର୍ବ ଗଞ୍ଜନିଆ l


ବିଶ୍ୱରେ ବୁହତ୍ତ ଅଟେ ଆମ ପ୍ରଜାତନ୍ତ୍ର

ପ୍ରଜାର ଶାସନ ପ୍ରଜା ମନ୍ତ୍ରେ ଗଣତନ୍ତ୍ର l


ବିଶ୍ୱରେ ଅଗ୍ରଣୀ ଅଟେ ଆମ୍ଭ ଅର୍ଥନୀତି

ଉଦାହରଣୀୟ ଆମ୍ଭ ଦେଶର ପ୍ରଗତି l


ସମୟ ଆସିଛି ଏବେ ଆତ୍ମ ନୀରିକ୍ଷଣ

ଯଥାର୍ଥେ କି ଆମେସବୁ ସ୍ୱତନ୍ତ୍ର,ସ୍ୱାଧୀନ ।


ସଫଳ ହୋଇଛି କିବା ଆମ ସ୍ୱାଧୀନତା

ସ୍ୱାଧୀନ ବାରତା ସ୍ୱାଧୀନତା ଯଥାର୍ଥତା l


ଦୂର ହୋଇଛି କି ଆମ ସମାଜ ଦୂରତା

ଦୂରହୋଇଛି କି ଅର୍ଥନୀତି ବୈଷମ୍ୟତା l


ବିଦ୍ୟାର୍ଥି ଲଭନ୍ତି ଶିକ୍ଷା ଭିକ୍ଷୁ ଲଭେ ଭିକ୍ଷା

ନାଗରିକ ଦେଶ ମନ୍ତ୍ରେ ନେଇଛନ୍ତି ଦୀକ୍ଷା ।


ପ୍ରଗତି ପହଞ୍ଚିଛି କି ଜନତାର ପାଶେ

ଦେଶରେ ନମରେ କେହି ରହି ଉପବାସେ l


ନାରୀର ସୁରକ୍ଷା ପୁଣି ବାଳିକା କଲ୍ୟାଣ

ରୋକିପାରିଛନ୍ତି କିବା ହତ୍ୟା କନ୍ୟାଭୃଣ l


ଏହି ପରି ଆସୁଅଛି ଚିନ୍ତା କେତେ ମନେ

ଅନୁକ୍ଷଣେ ସମୀକ୍ଷଣେ ଆତ୍ମୀୟଚିନ୍ତନେ l


ପାଳୁ ଅଛୁ ଆମ୍ଭେ ଏବେ ଅମୃତ ଉତ୍ସବ

ଜୟ ହିନ୍ଦ୍ ନାଗରିକେ ଉତ୍ତର ଖୋଜିବ l

             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational