Mr.Siddheswar Behera

Children

3.2  

Mr.Siddheswar Behera

Children

ପଖାଳ

ପଖାଳ

1 min
69


ଖରା ହେଉ କି ବର୍ଷା ହେଉ 

ହେଉ ଅବା ଶୀତ ।

ସବୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ 

ସେ ପଖାଳ ଭାତ ।।


ପଖାଳ ସାଙ୍ଗରେ ଭଜାଭଜି

ଥିଲେ ଟିକେ ବଡିଚୁରା ।

ଭୋକିଲା ଲୋକଟି ହୁଅଇ ଖୁସି 

ଖାଇଥାଏ ପେଟପୂରା ।।


ଚୁନାମାଛ ପୋଡପୋଡ ସହ

ଥାଏ ଯଦି ମାଛ ଭଜା ।

ପଖାଳ ସହ କିଛି ଦରକାର ନାହିଁ 

ଖାଇବାକୁ ଲାଗେ ମଜା ।।


ଦହି ପଖାଳ ଦେଖିଲେ ସଭିଙ୍କ 

ପାଟିରୁ ଝରଇ ଲାଳ ।

ପେଟରେ ପଡିଲେ ଦହି ତୋରାଣି 

ଶରୀରେ ଆସଇ ବଳ ।।


ଶୁଖୁଆ ପୋଡା ଦରପୋଡା ଆଳୁ

ଲାଗେ ଭଲ କାହାକୁ ।

ରସୁଣ ଲଙ୍କା ସହ ଦେଲେ ଚକଟି

ପଖାଳ ଖାଇବାକୁ ।।


ଛୋଟ ବଡ ହୋଟେଲ ସବୁଠାରେ 

ଲାଗଇ ଭିଡ ଲୋକଙ୍କ ।

ଧନି ହେଉ ଅବା ସେ ଗରିବ

ପଖାଳ ପ୍ରିୟ ସଭିଙ୍କ ।।



Rate this content
Log in