STORYMIRROR

DILIP KUMAR SAHOO

Romance

2  

DILIP KUMAR SAHOO

Romance

ଫୁଲ

ଫୁଲ

1 min
3.1K

ଫୁଲରେ ଫୁଲ

କହରେ କହିଦେରେ ତୋତେ

ମିଳେକି ତୋ ରୂପର ମୂଲ ?.


ମନଛୁଆଁ ରୂପ କହ କାହାର ପାଇଁ

ଦେବତା ପାଇଁ ନା ଭଅଁର ପାଇଁ

ରଙ୍ଗର ପଶରା ମେଲି ରହିଛୁ ଚାହିଁ

ଫଗୁଣ ପାଇଁ ନା ମଳୟ ପାଇଁ

କହିଦେ କହିଦେରେ ତତେ

କିଏ ସତେ ପାଏରେ ଭଲ

ଫୁଲରେ ଫୁଲ ...


ଢାଳିଛୁକି ଲୁହ କେବେ ବିରହୀ ସାଜି

ଲୁହରେ ଭିଜି ତୁ କୋହରେ ଭିଜି

ହସୁ ଖାଲି ଖିଲିଖିଲି ସପନେ ହଜି

ନିଦ ହଜେଇ ତୁ ଶିଶିରେ ଭିଜି 

କହିଦେ କହିଦେରେ ସତେ

କିଏ ହେବ ତୋ ରୂପର ତୁଲ

ଫୁଲରେ ଫୁଲ ....,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance