STORYMIRROR

Rohit Majhi

Tragedy

3  

Rohit Majhi

Tragedy

ଫଟା ପଣତ

ଫଟା ପଣତ

1 min
533



ବୁକୁଫଟା ହୃଦୟର ଆର୍ତ୍ତଚିତ୍କାର

ଶୁଭେ ଅବନ୍ତୀପୁର ରୁ ଥିରୁଅନନ୍ତପୁର

ଗୋଟିଏ ନୁହେଁ ଆଜି କୋଟିଏ ମାଆ

ରଡନ୍ତି ପିଟିମଥା ପୁଅ ତୁ ଫେରିଆ ।


ଆତଙ୍କୀ ନିଶାଣେ ରକ୍ତ ରଞ୍ଜିତ

ହୃଦ ବିଦାରଇ ଯେହୁଁ

ପ୍ରକମ୍ପିତ ହସ୍ତେ,ପାଷାଣ ହୃଦୟେ

ଆଖିରୁ ଝରୁଛି ଲହୁ ।


ଦେଶ ମାତୃକାର ମସ୍ତକେ ଲାଗିଛି

ବୀର ସନ୍ତାନର ରକତ ଛିଟା

କେମିତି ସହିବ ପ୍ରାଣ

ମାଆ ପଣତ କାନି ଅଣ୍ଟୁ ନାହିଁ ଆଜି

ପୁଅ ତା' ଜଗତ ଜିତା ।


ସମୟ ବି ଲାଗେ ବେଇମାନ

ଝରାଇ ନୀରିହ ଆଖିର ଲୁହ

ଫଟା ପଣତ କି ପାରିବ ଯେ ଜାକି

ଅବଶ ମାଆର କୋହ ।


ଶହ ଶହ ନୁହେଁ କୋଟିଏରେ ଗୋଟିଏ

ସହିଦ ଭାଇ ହେ ଆମ

ଘେନ ଶ୍ରଦ୍ଧାଞ୍ଜଳି ନେଇ ପୁଷ୍ପାଞ୍ଜଳି

ଅମର ବୀର ତୁମକୁ କୋଟି ପ୍ରଣାମ ।



ରୋହିତ ମାଝୀ

ଭାଲିଆଡିହା, କୁଳିଅଣା, ମୟୂରଭଞ୍ଜ


Rate this content
Log in

Similar oriya poem from Tragedy