STORYMIRROR

Rohit Majhi

Romance

3  

Rohit Majhi

Romance

ବିବର୍ଣ୍ଣା

ବିବର୍ଣ୍ଣା

1 min
276


ନାହିଁ ତୁମଠାରେ ସେ ରଙ୍ଗ ଆଉ

ଯେ ରଙ୍ଗେ ରଙ୍ଗିନ ହେଉଥିଲି ଦିନେ,

ନାହିଁ ସ୍ମିତହାସ୍ୟ ଓଠେ ତୁମର

ଶୁଖିଲା ଅଧର ଖୋଲେ ଗୁମର

ହୃଦୟ ପିଡାକୁ ଗୋପନେ ରଖି

ଚାଲିବକି ସାଥି ମୋତେ ଏକା କରି ?


ଫଗୁଣ ଏଠି ହାର ମାନୁଛି

ତୁମ ଉଦାସପଣକୁ ପାରୁନି ଭେଦି

ଜ୍ୟୋଚ୍ଛନା ଫେରାଇ କାନ୍ଦେ ଜହ୍ନ 

ନପଢି ପାରି ତମ ଆଖିର କୋହ ।


କୋହଲା ପାଗର ଆଜି ଜୁଲମ ଦେଖ

ସେ ଦିନର କଥା ମନେ ଭରେ ଖେଦ

ଖୋଲା ହୃଦୟର ଗୋପନ ପୀଡା

ନିଶ୍ଚଳ ନିସ୍ତେଜ ସବୁ ଅସଜଡା ।


ବଦଳି ଗଲାଣି ତୁମ ରଙ୍ଗଢଙ୍ଗ

ମଉଳି ଗଲାଣି ଗୋଲାପ କଢ

ଅଗଣା କହେ ଧିକ୍ ତା ଜୀବନ

ଯେଉଁଠି ପାଉଁଜିର ଶବ୍ଦବି ସପନ ।


କେମିତି ବଞ୍ଚିଛ...କାହିଁକି ଜାଳୁଛ

କହିବାକୁ କୁଣ୍ଠା ଭଲବି ପାଉଛ

ପ୍ରେମର ରାଣ ଦିଏ ତୁମକୁ

ଶେଷଥର ପାଇଁ କୁହ ମୋ ଭୁଲ

ପ୍ରାୟଶ୍ଚିତ କରି ଶାନ୍ତିରେ ମରିବି

ଆଉ ସବୁ କଥା ଆର ଜନମକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance