ବିବର୍ଣ୍ଣା
ବିବର୍ଣ୍ଣା
ନାହିଁ ତୁମଠାରେ ସେ ରଙ୍ଗ ଆଉ
ଯେ ରଙ୍ଗେ ରଙ୍ଗିନ ହେଉଥିଲି ଦିନେ,
ନାହିଁ ସ୍ମିତହାସ୍ୟ ଓଠେ ତୁମର
ଶୁଖିଲା ଅଧର ଖୋଲେ ଗୁମର
ହୃଦୟ ପିଡାକୁ ଗୋପନେ ରଖି
ଚାଲିବକି ସାଥି ମୋତେ ଏକା କରି ?
ଫଗୁଣ ଏଠି ହାର ମାନୁଛି
ତୁମ ଉଦାସପଣକୁ ପାରୁନି ଭେଦି
ଜ୍ୟୋଚ୍ଛନା ଫେରାଇ କାନ୍ଦେ ଜହ୍ନ
ନପଢି ପାରି ତମ ଆଖିର କୋହ ।
କୋହଲା ପାଗର ଆଜି ଜୁଲମ ଦେଖ
ସେ ଦିନର କଥା ମନେ ଭରେ ଖେଦ
ଖୋଲା ହୃଦୟର ଗୋପନ ପୀଡା
ନିଶ୍ଚଳ ନିସ୍ତେଜ ସବୁ ଅସଜଡା ।
ବଦଳି ଗଲାଣି ତୁମ ରଙ୍ଗଢଙ୍ଗ
ମଉଳି ଗଲାଣି ଗୋଲାପ କଢ
ଅଗଣା କହେ ଧିକ୍ ତା ଜୀବନ
ଯେଉଁଠି ପାଉଁଜିର ଶବ୍ଦବି ସପନ ।
କେମିତି ବଞ୍ଚିଛ...କାହିଁକି ଜାଳୁଛ
କହିବାକୁ କୁଣ୍ଠା ଭଲବି ପାଉଛ
ପ୍ରେମର ରାଣ ଦିଏ ତୁମକୁ
ଶେଷଥର ପାଇଁ କୁହ ମୋ ଭୁଲ
ପ୍ରାୟଶ୍ଚିତ କରି ଶାନ୍ତିରେ ମରିବି
ଆଉ ସବୁ କଥା ଆର ଜନମକୁ

