STORYMIRROR

Rohit Majhi

Others

3.5  

Rohit Majhi

Others

ମୁଁ ମେଦିନୀ କହୁଛି

ମୁଁ ମେଦିନୀ କହୁଛି

1 min
1.0K


ମୁଁ ମେଦିନୀ କହୁଛି



ଆସ ହେ କବି କବୟିତ୍ରୀ ଗଣ

ବାହୁନି କାନ୍ଦୁଛି ଏ ଧରିତ୍ରୀ ଶୁଣ

ଭୁଲିଛକି ଏ ମାତୃତ୍ବ କୋଳ

ଯେ କୋଳେ ବଢି ତୁମେ ପାଇଛ ବଳ

ବିଦିର୍ଣ୍ଣ ଆଜି ସେଇ ଅଲୋଡା କୋଳ

ଜରାଜୀର୍ଣ୍ଣ କାୟାର କାରଣ ଏଇ ନିଆଁର ରୋଳ

ବିଜ୍ଞାନୀ ମଣିଷ ଆଜି ସାଜିଛି କାଳ

ବିଶ୍ବତାପନ ପୀଡା ମୋତେ ଅସହ୍ୟ ଜାଣ

କୁଢ କୁଢ ପ୍ଲାଷ୍ଟିକ ପୁଣି ସାଜେ ଘାତକ

ଅବୁଝା ସନ୍ତାନ ଏଠି ମିଛ ରକ୍ଷକ

ନାହିଁ ଲକ୍ଷ୍ମଣ ବିର୍ସା ନାହିଁତ ବାଜି

ଶୁଭୁନି ରଣ ହୁଙ୍କାର ନିଃଶବ୍ଦ ଆଜି

ମର୍ମେ ମର୍ମେ ଶୁଭେ ଏଠି କବିର ଗାଥା

କଲମ ମୁନରେ ଦିଅ ସତର୍କ ବାର୍ତ୍ତା

ମୁଁ ମେଦିନୀ କହୁଛି ....ଅଟେ ତୁମ ମାଆ

ସୁରକ୍ଷା ଦିଅ ମୋତେ ଚାହେଁ ତୁମ ରାହା ।।


ରୋହିତ ମାଝୀ

ଶିକ୍ଷକ,କୁଳିଅଣା, ମୟୂରଭଞ୍ଜ


Rate this content
Log in