ଫର୍ଦ୍ଦ
ଫର୍ଦ୍ଦ
ଦୁଇହାଜର ଚବିଶର ଯେତେ ଫର୍ଦ୍ଦ
ତା ଭିତରେ କେତେ ଦରଦ ଓ ଭେଦ
କିଏ ପଢିଛି କେତେ ନିଶବ୍ଦ
କିଏ ହୋଇଛି କେତେ ବର୍ବାଦ
କାହାର ସର୍ଦ କାହାର ହଜିଲା ନିଦ
ହିସାବ ରଖିଛି ଫର୍ଦ୍ଦ ଯେଣୁ ବିଦାୟୀ
ଆସେ ହୃଦେ ଦରଦ ଉପହାର ବରାଦ
ଦେଇଛି କେତେ ନେଇଛି କେତେ ଶବ୍ଦ
କିଏ କରିଛି କେତେ ଭେଦ ସଙ୍ଗେ ଅଭେଦ
ଯାଇଥିବା କାଲି ଆସୁଥିବା କାଲି
ମଝିରେ ଯୋଉ ଆଜିର ଫର୍ଦ୍ଦ
ବଡଦିନ ଆସିଛି ଯୀଶୁଙ୍କ ଜନ୍ମଦିନ ଅବ୍ଦ
ସାଣ୍ଟାକ୍ଲଜ ଆସି ଭିର୍ନ୍ନ ଅଭିର୍ନ ରୂପେ ବିମୁଗ୍ଧ
ନେଇ ସେବା ଧର୍ମ ତ୍ୟାଗ ସତ୍ୟର ସାନିଧ୍ୟ
ବାଣ୍ଟିଯିବା ସନ୍ତୋଷ ଓ ଶାନ୍ତି ହୋଇ ହର୍ଷଦ
ବିଦଗ୍ଧ ହୃଦ ପୁରୁଣାକୁ ଛାଡି ପୁଣି ଯୋଡି
ନୂଆର ସ୍ୱାଗତ ସମ୍ଭାଷଣ ସଶବ୍ଦ