STORYMIRROR

Baijayantimala Rout

Romance

2  

Baijayantimala Rout

Romance

ପହିଲି ପ୍ରେମର ରଙ୍ଗ

ପହିଲି ପ୍ରେମର ରଙ୍ଗ

1 min
76

ଷୋଳଟି ଫଗୁଣ ଆସି ଛୁଇଁ ଦେଇ ଗଲା,

ମନ ଉପବନେ ନବ ପୁଲକ ଆଣିଲା ।

ସବୁ ଋତୁ ଲାଗେ ଏବେ ଫଗୁଣ ଫଗୁଣ,

ମନ ହୁଏ ଆନମନା ଦେଖେ ମୁଁ ସପନ ।

ପରଜାପତିଟି ଆସି ତନୁମନେ ମୋର,

ଛୁଇଁ ଦେଇ କହିଯାଏ ତୁ ଭାରି ସୁନ୍ଦର ।

ନୂଆ ନୂଆ ଲାଗେ ଆଜି ଏ ସାରା ସଂସାର,

ଉଡିବାକୁ ଇଛା ହୁଏ ପବନ ସାଥିର।

ପହିଲି ପ୍ରେମର ରଙ୍ଗ ଯେବେଠୁ ଲାଗିଲା,

ମୋ ମନରେ ସାତ ରଙ୍ଗ ବୋଳି ହୋଇଗଲା ।

ସପ୍ତମ ଋତୁର ନାମ ଅଟଇ ଯେ ପ୍ରେମ,

ସେ ଛୁଆଁ ପାଇ ଲାଗଇ ସବୁ ସ୍ବର୍ଗ ସମ ।


Rate this content
Log in

Similar oriya poem from Romance