STORYMIRROR

Titi Sarangi

Inspirational

2  

Titi Sarangi

Inspirational

ଫଗୁଣ ପୁନେଇଁ

ଫଗୁଣ ପୁନେଇଁ

1 min
13.6K


ଦକ୍ଷିଣା ପବନ ଭସେଇ ଆଣୁଛି ଘଣ୍ଟ ଖୋଳ ବାଜା ମାମୁଁଘର ଗାଆଁ ମନ୍ଦିର ଛୁଇଁ

ଦୋଳ ବେଦୀ ପରେ ଝୁଲଣ ଖେଳିବେ ବଇଁଶୀବାଲା ସେ ଯୁଗାବଧି ରାଧା ପ୍ରେମରେ ବାଇ |

ତରତର କରି ମୁଗ ଉଡଉଛି ପଡିଶା ଘରର ଜେଜୀ ଯିବ ଏବେ ଖଇ ଭାଜିବ

ଆଜି ତ ଆସିବେ ପଞ୍ଚ ମହାଦେବ ଗାଁ ଗାଁ ବୁଲି ଖାଇବେ ପରା ସେ ଚାଚେରୀ ଭୋଗ

ନବ ବିବାହିତା ବଉଳ ଡାକିଛି ମନ୍ଦିର ବେଢାକୁ ସରେ ନି ତା ଗପ ଗାଧୁଆ ତୁଠୁ

ପ୍ରେମ ନଗରର ରାଣୀଟିଏ ପରି କାହାଣୀ ଗପୁଛି ଜାଣିନି ଆରମ୍ଭ ଶେଷ କୋଉଠୁ |

ଠାକୁର ଭିଆଣ ଏ ସାରା ଦୁନିଆ ରଙ୍ଗର ପସରା ଲଗାଇଛନ୍ତି ସେ ଦେହ ମନରେ

କେତେ ଭାବେ ରୂପେ ଖଞ୍ଜି ଦେଇଛନ୍ତି ପୁନିଅ ପରବ ବନ୍ଧା ଯିଏ ଖାଲି ପ୍ରେମ ଭାବରେ |

ରଙ୍ଗ ଅବୀରର କି ଖେଳ ଖେଳିଲେ କାହ୍ନୁ ରାଧା ସାଙ୍ଗେ ଗୋପୀଙ୍କ ମେଳେ

ସେ ଦିନୁ ଉଡୁଛି ପୀରତିର ରଙ୍ଗ ଯୁଗ ପରେ ଯୁଗ ମଣିଷ ମନକୁ ଏବେ ବି ଘାରେ |

ଫଗୁଣ ମେଲିଛି କେତେ ମନ ହଜା ପ୍ରେମର ମଧୁର ପରଶରେ ଭିଜା ରଙ୍ଗ ପସରା

ଆଜି ଶେଷ ତିଥି ଫଗୁଣ ସାଥୀରେ ପୁନେଇ ପରଶେ ମନେ ଭରନ୍ତା କି ପ୍ରିତୀ ଅସରା |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational