STORYMIRROR

Santanu Bisoi

Comedy Others

3  

Santanu Bisoi

Comedy Others

ପେଟୁଲୁ ଡିଜଲ

ପେଟୁଲୁ ଡିଜଲ

1 min
18

କରୋନା ବେମାର ଆତଙ୍କ ରଚିଲା

ମେରୁଦଣ୍ଡ ଭାଙ୍ଗି ଦେଇ,

ଅର୍ଥନୀତି ହେଉ ଅବା ସାମାଜିକ

ବ୍ୟବସ୍ଥା ଯାଇଛି ଧୋଇ।।

ବେଡି'ର ଉପରେ କୋରଡା ମାଡଟା

ଦେଉଥିଲେ ଘାଇଁ ଘାଇଁ,

ତେଲିଆ ମନ୍ତୀରି ପେଟୁଲୁ ଡିଜଲ

ଦରଟା ବଢ଼େଇ ଦେଇ।।

ନିର୍ଲଜ ବିରୋଧୀ ଜଳକା ପରାୟ

ମାଟୁ ମାଟୁ ଥେଲେ ଚାହିଁ,

ଅଘୋଷିତ ମେଣ୍ଟ ସରକାର ପରା

ସେ ଲାଗି ବିରୋଧ ନାହିଁ।।

ଜନତା ଏଠାରେ ମାରୁଛନ୍ତି ଦଣ୍ଡି

ବିଜେଡି ବିଜେପି ଭାଇ,

ପରିବହନ ଓ ପନିପରିବାର

ଦର ବଢେ ସାଇଁ ସାଇଁ।।

ଭକତ ଚାମଚା ରଡିଛାଡୁଥିଲେ

ଦଳ ଜୟକାର ଦେଇ,

ତୈଳ ଦର ବୃଦ୍ଧି ଆଖିକୁ ନ ଦିଶେ

ବିରୋଧ କରିବା ପାଇଁ।।

ନାବିନା ଧରମା ତାଙ୍କ ଇଷ୍ଟଦେଵ

ନିର୍ବାଚନ ଏବେ ନାହିଁ,

ତୈଳ ଦର ପଛେ ହୁତୁ ହୁତୁ ବଢୁ

ମୁହଁ ଖୋଲିବେନି କେହି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy