Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Classics

4  

Prafulla Chandra Mishra

Classics

ପଦ୍ମାଳୟା

ପଦ୍ମାଳୟା

1 min
348



ପୌଷମାସ ପୂଣ୍ୟ ପବିତ୍ର ବାସରେ

ମହାଲକ୍ଷ୍ମୀ ପୂଜା ଆଦ୍ୟ ଗୁରୁବାରେ

ହେମ ପଦ୍ମାସନେ, କରିଣ ସୁଦୟା

ବିଜୟ କରନ୍ତି ଦେବୀ ପଦ୍ମାଳୟା ।


ହେମଶସ୍ୟ ମଣ୍ଡି କେଦାରେ କେଦାରେ

ହେମନ୍ତ ପ୍ରତ୍ୟୁଷ ଶିଶିର ମାଳାରେ

କୁଝ୍-ଟିକା ଘେରା ଶୀତୁଆ ସକାଳ

ଘରେ ଘରେ ଶୁଭେ ହୁଳହୁଳି ସ୍ଵର ।


ବୋଉ ଆଜି ପକାଇଛି ଝୋଟି ଚିତା

ଲକ୍ଷ୍ମୀପାଦ,ପଦ୍ମ,ଲତା, ଧାନଶିଂଶା

ଝୁଣା,ଗୁଗୁଳ ର ଧୂପ ଦୀପ ଜାଳି

ପଢୁଛି ପୁରାଣ ମହାଲକ୍ଷ୍ମୀ ସ୍ମରି ।


ଆରିସା,କାକରା,ବିରିଲଡୁ,ମଣ୍ଡା

କାନ୍ତି, ସରପୁଳି,ଚକୁଳି,ଗଇଁଠା 

ଖେଚୋଡୁ,ଆମ୍ବିଳ,ଖିରି,ଦହିଭାତ

ସୁସ୍ଵାଦୁ ବ୍ୟଞ୍ଜନ ମହାଲକ୍ଷ୍ମୀ ପ୍ରୀତ ।


ମହକି ଉଠୁଛି ମରତ ଭୁବନ

ଲାଗଇ ସତେକି ଅଳକା ଭୁବନ

ଆନନ୍ଦ ମୁଖର ହୋଇଣ ଧରଣୀ

ଆବାହାନ କରେ ଲକ୍ଷ୍ମୀ ଠାକୁରାଣୀ ।


ବଳରାମ ଦାସ ପୁରାଣ ପ୍ରଣେତା

ବର୍ଣ୍ଣିଛନ୍ତି ଦେବୀ ଦୟା ମହାନତା

ଜାତିଭେଦ ଧର୍ମ ଉଚ୍ଚନୀଚ ନାହିଁ

ସଭିଙ୍କର ମାଆ ଲକ୍ଷ୍ମୀ ମହାମାୟୀ ।


ଅନ୍ନପୂର୍ଣ୍ଣେ ପଡିଦାତ୍ରୀ ଜଗନ୍ମାତା

ବିଷ୍ଣୁ ପାଟରାଣୀ ସାଗର ଦୁହିତା

ବିରାଜିତା ଆଜି ପ୍ରତି ଘରେ ଘରେ

ପଉଷ ଲଗନ ପ୍ରଭାତ ତିଥିରେ ।


ମାଗିନିଅ ବର ଦେବେରେ ଆଶିଷ

ସ୍ନେହ,ଶ୍ରଦ୍ଧା,ଭକ୍ତି ବଳେରେ ମଣିଷ

ଅମାପ ସୌଭାଗ୍ୟ ଗୌରବ ବିଭବ

ମୋକ୍ଷ ପ୍ରାପ୍ତି ହେବା ଜୀବନେ ସମ୍ଭବ ।


Rate this content
Log in

Similar oriya poem from Classics