ପଛରେ ରହିଲା ଚିହ୍ନାଚିହ୍ନା ଦିନ
ପଛରେ ରହିଲା ଚିହ୍ନାଚିହ୍ନା ଦିନ
ପଛରେ ରହିଲା ଚିହ୍ନାଚିହ୍ନା ଦିନ
ଆଗରେ ଝାପ୍ସା ସବୁ
ଆଜି ପ୍ରିୟା ଯାଏ ସ୍ୱପ୍ନରେ ଭିଜି
ତୋ କଥା ମୁଁ ଭାବୁ ଭାବୁ l
ହଜିଲା ଦିନକୁ ଖୋଜିଲା ବେଳକୁ
ବେପଥୁ ରାଗିଣୀ ଶୁଭେ
ହାରି ହାରି ପୁଣି ଜିତିବା ପାଇଁକି
ମିଛଟାରେ ବସି ଭାବେ
କହରେ ସମୟ ପ୍ରିୟା ପାସେ ମୋର
ସତେକି ଫେରାଇ ନେବୁ l
ମେଘ ଆସେ ପୁଣି ଶୀତ ଲେଉଟୁଛି
ଫଗୁଣ ଆସୁଛି ଫେରି
ହାଟ ବାହୁଡା ମୁଁ ବୟସ ହାଟରେ
ନିଇତି ହେଉଛି ଝୁରି
ଅବୁଝା ପ୍ରିୟାମୋ ପ୍ରିତି ବରଷାରେ
ସତେକି ଭିଜେଇ ଦେବୁ l

