STORYMIRROR

DILIP KUMAR SAHOO

Romance

2  

DILIP KUMAR SAHOO

Romance

ପଛରେ ରହିଲା ଚିହ୍ନାଚିହ୍ନା ଦିନ

ପଛରେ ରହିଲା ଚିହ୍ନାଚିହ୍ନା ଦିନ

1 min
2.4K

ପଛରେ ରହିଲା ଚିହ୍ନାଚିହ୍ନା ଦିନ

ଆଗରେ ଝାପ୍ସା ସବୁ

 ଆଜି ପ୍ରିୟା ଯାଏ ସ୍ୱପ୍ନରେ ଭିଜି 

 ତୋ କଥା ମୁଁ ଭାବୁ ଭାବୁ l


ହଜିଲା ଦିନକୁ ଖୋଜିଲା ବେଳକୁ

ବେପଥୁ ରାଗିଣୀ ଶୁଭେ

ହାରି ହାରି ପୁଣି ଜିତିବା ପାଇଁକି

ମିଛଟାରେ ବସି ଭାବେ

କହରେ ସମୟ ପ୍ରିୟା ପାସେ ମୋର

ସତେକି ଫେରାଇ ନେବୁ l


ମେଘ ଆସେ ପୁଣି ଶୀତ ଲେଉଟୁଛି

ଫଗୁଣ ଆସୁଛି ଫେରି

ହାଟ ବାହୁଡା ମୁଁ ବୟସ ହାଟରେ

ନିଇତି ହେଉଛି ଝୁରି

ଅବୁଝା ପ୍ରିୟାମୋ ପ୍ରିତି ବରଷାରେ

ସତେକି ଭିଜେଇ ଦେବୁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance