STORYMIRROR

Chinmaya Kumar Nayak

Tragedy

3  

Chinmaya Kumar Nayak

Tragedy

ପାଉଁଶ

ପାଉଁଶ

1 min
220

ମୁଁ ଧୂଆଁ ହୋଇ ଆସେ

ନିଜେ ଜଳି ଜାଳିବାକୁ

ତୁମେ ଯେବେ ଜଳୁଥାଅ 

ଅଶାନ୍ତିର ମଝି ସମୁଦ୍ରରେ। 


ମୁଁ ନିଆଁ ହୋଇ ଆସେ

ନିଜେ ଜଳି ଜାଳିବାକୁ

ତୁମେ ଯେବେ ହାରିଯାଅ

ଜୀବନ ସଂଗ୍ରାମେ

ହାତ ଛାଡ଼ି ତୁମ ସାଥେ

ଚାଲୁଥିବା ସହଯାତ୍ରୀଙ୍କର। 


ମୁଁ କଳା ହୋଇ ଆସେ

ନିଜେ ହଜି ହଜାଇବାକୁ

ତୁମେ ଯେବେ ପିନ୍ଧିଥାଅ

କାପୁରୁଷତାର ଅନ୍ଧପୁଟୁଳି

ଓ ଅବାଟ ଭିତରେ ପଶି

ଜୀବନର ବାଟ ଖୋଜୁଥାଅ। 


ତୁମେ ବ୍ୟଗ୍ର ହୋଇ

ଆବୋରି ନିଅ ମୋତେ

ଟିକେ ଶୀତଳତା ପାଇଁ

ତୁମ ଅଜାଣତେ କିନ୍ତୁ

ମୋ ସହ ଧୀରେଧୀରେ

ପାଉଁଶ ହେଉଥାଅ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy