STORYMIRROR

Panchanan Jena

Romance

4  

Panchanan Jena

Romance

ପାଟ ଶାଢ଼ୀ

ପାଟ ଶାଢ଼ୀ

1 min
56

 ପାଟ ସୁନ୍ଦର ପାଟ ଶାଢୀରେ ସୁନ୍ଦରୀ ଅତି ସୁନ୍ଦର

ଝୀନବାସରେ ସଜେଇ ଆପାଦମସ୍ତକ ଶୋଭେ ମନୋହର

 ହାତବୁଣା ତନ୍ତବୁଣା ବସ୍ତ୍ରରେ ନୂଆ ସମ୍ଭାର

ଦେବୀ ପ୍ରତିମା ସେ ନ ଲାଗୁ କାହାର କୁ-ନଜର


ରଙ୍ଗେଲୀ ନାୟିକା ରୂପସୀ ପୂର୍ଣ୍ଣମୀ ଚାନ୍ଦ

ଭୁଲିଆ ପାଟଶାଢୀରେ ସ୍ଵର୍ଗିୟା ସୁଷମା ଛନ୍ଦ

ଆପାଦ ମସ୍ତକ ରଙ୍ଗ ଆଭାରେ ବିମଣ୍ଡିତା ସର୍ବାଙ୍ଗ

ଦାଣ୍ଡ ଅଗଣାରେ ନନ୍ଦନ ବନର ମନଲୋଭା ଉମଙ୍ଗ


ନଅ ମିଟରିଆ ସମ୍ବଲପୁରୀ ଶାଢୀରେ ରାଇକିଶୋରୀ

ବାର ହାଡିଆ ହ୍ୟାଣ୍ଡଲୁମ୍ ଇକାଟରେ ଶୋଭେ କନକଗୋରୀ

ପାଶେ କି ପଡ଼ିବ ଛାର ଅନ୍ୟ ଦେଶୀୟ ବିଦେଶୀୟ ଅମ୍ବର

ପଲକ ପଡେନା ମନବି ବୁଝେନା କଳ୍ପିତ ରୂପ ସମ୍ଭାର


ବନ୍ଧକଳା ସୋନପୁରୀ ପଶାପାଲୀ ରେ ସାଜିଛି ମୋ ପ୍ରୀୟ।

 ବମକେଇ ବାପତା ବରପାଲୀରେ ଚମକୁଛି ମୋ ଶ୍ରୀୟା

ସରଗାପାଲୀ ଭୁଲିଆ ପାଟରେ ଜମକୁଛି ମୋ ଜାୟା

ଦେହରେ ମଥୁରାବିଜୟ-ରାସଲୀଳା-ଅଯୋଧ୍ୟା ବିଜୟର ଛଟା କାୟା


ଶଙ୍ଖ-ଚକ୍ର ଫୁଲରେ ଲୁଚୁନି ମଖମଲି ଜନକ ଗାତ୍ର

କଳା-ଧଳା ଗଛ-ଲତାରେ ଝଲସୁଛିରୂପା ଦେହ ସର୍ବତ୍ର

ରଙ୍ଗ ସୂତାରେ ଝୂମୁଛି ଝଲସୁଛି ଜ୍ୟାମିତିକ ଚିତ୍ର

ତରୁ -ତୃଣ ପଶୁ -ପକ୍ଷୀ ପଟ୍ଟଚିତ୍ର ଉତ୍କଳୀୟ କଳାଚକ୍ର


ଲାଜକୁଳି ଲତିକା ସରମୀ ଲଳନା 

ଚାଲୁଛି ଥିରି ଥିରି ଲକ୍ଷେ ବାହାନା

ଚଳଚିତ୍ର ନାୟିକା ପାସଙ୍ଗରେ ନ୍ୟୁନା

ଝଲକ ମାତ୍ରେ ଅଠାକାଠି ପଲକ ପଡ଼େନା 


ଗୃହଲକ୍ଷ୍ମୀ ଶୋଭାଲକ୍ଷ୍ମୀ ସେ ନୟନହଣା

ଧନଲକ୍ଷ୍ମୀ ଭାଗ୍ୟଲକ୍ଷ୍ମୀ ସେ ବରବରଣା

ଗଜଲକ୍ଷ୍ମୀ ବରଲକ୍ଷ୍ମୀ ସେ ମଧୁଝରଣା

ଆଦ୍ୟଲକ୍ଷ୍ମୀ ଶ୍ରୀଲକ୍ଷ୍ମୀ ସେ ଘରକରଣା

ପାଟଲକ୍ଷ୍ମୀ ମହାଲକ୍ଷ୍ମୀ ସେ ପରିବେଶ ଭରଣା 

ବଟଲକ୍ଷ୍ମୀ ପ୍ରୀୟ।ଲକ୍ଷ୍ମୀ ସେ ସମ୍ମାନ ଠିକଣା

ଉତ୍କଳଲକ୍ଷ୍ମୀ ଭୂଲକ୍ଷ୍ମୀ ସେ ଦେଶଜ ଗହଣା 

ପାଟ ଶାଢୀରେ ନାରୀଶକ୍ତି ସେ ସ୍ନେହ ପ୍ରେମର ଭକ୍ତିମାଜଣା ।



Rate this content
Log in

Similar oriya poem from Romance