STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ପାର ତୁ ତ ଗୋଟିଏ ବାଟ

ପାର ତୁ ତ ଗୋଟିଏ ବାଟ

2 mins
15

🙏ପାର,ତୁତ ଗୋଟିଏ ବାଟ🙏
************ଅପର୍ତ୍ତି ସେଠୀ 
         (ରମ୍ୟ ରଚନା)
ତୁ ତ ଗୋଟିଏ ବାଟ ଆଲୋ ପାର
        ତୁ ତ ଗୋଟିଏ ବାଟ,
ଭିକୁସେଠ୍ ହେବି ତୋତେ ମୁଁ ଖୁମ୍ପିବି
       ଧରିନେଲି ତୋ‌ର ହାତ।
କହୁ କହୁ ସୁର ପାର ହାତଟିକୁ 
       ଧରିଲା ଗାଧୁଆ ତୁଠେ,
ପାର କାନ୍ଦୁଅଛି ଚିତ୍କାର କରୁଛି
       ସୁରର ହାତକୁ ଛାଟେ।
ଷୋଳ ବୟସୀ ଏ ସୁନ୍ଦରୀ ପାରକୁ
       ସୁର ପାଖେ ନିଏ ଭିଡ଼ି, 
ପାର ସାଙ୍ଗ ରଙ୍ଗ ଗଲା ସେ ଦ‌ଉଡି
       ଛାଡିଦେଲା ଗୋଟେ ରଡ଼ି।
ଗାଆଁ ପିଲା ଆସି ହେଲେ ପିଟାପିଟି
       ଫାଟିଲା‌ ସୁରର ପିଠି,
ସେଲାଗିଗାଆଁରେ ବସିଲା ନିଶାପ
       ଥମିନି ଏଯାଏ ପାଟି।
ଗାଁ ଝିଅଟିର କଲା ବଦନାମ
      ସଭାରେ ନିଷ୍ପତ୍ତି ହେଲା,
ଚୂନକାଳୀ ସୁର ମୁହେଁ ବୋଳାହେଲା
      କାନ ଧରି ଆଣ୍ଠାଗଲା।
ବାଟ ହୁଡି ଯେଣୁ ଅବାଟରେ ଗଲା
      ଭୋଗିଲା ସେ ଏହି ଫଳ,
ଏତେ ପରେ ଆରସାହି ମକରାଟା 
      କରୁଛି ସେ ଗଣ୍ଡଗୋଳ‌।
ଆର ଗାଁ ଚକରା ହେଲା ବାଟବଣା
      ଅବାଟରେ ଦେଲା ପାଦ,
ଗ‌ଉରା ଦାଦିର ଭାଡିରୁ କୁକୁଡ଼ା
      ଚୋରୀ କରିଥିଲା ମଧ୍ଯ।।
କାଶିଆ,ଶୁକୁଟା,ପାତିଆ,କୈଳାସ
      ଖାଇଥିଲେ ଫିଷ୍ଟ କରି,
ଧରା ପଡିଗଲେ ସନ୍ଦେହରେ ଯାହା
       ପରଗୁଡା ‌ଥିଲା ପଡି।
ଏମାନେ ବି ଦଣ୍ଡ ପାଇଲେ ବହୁତ
       ଯେଣୁ ଗଲେ ଅବାଟରେ‌,
ଚୋରୀ ନାରୀ ବାଟ ନୁହ‌ଇଁ ଉଚିତ 
      ଲେଖା ଅଛି ପୁରାଣରେ।
ଆମବେଳେ ଯେତେ କାଣ୍ଡ ଘଟୁଥିଲା
      ଥାନାକୁ ଯାଉ ନ ଥିଲା‌,
ଗାଆଁର ଇଜ୍ଜତ ଗାଆଁରେ ତ ଥିଲା 
     ପଦାରେ‌ ପଡୁ ନ ଥିଲା।।
ମଦ ପାଣି ଟାଣି ନିଏ ଅବାଟକୁ‌ 
      ନିଶାରେ ଦିଶେ ଅବାଟ,
ବାଟ ହୁଡ଼ି ଆଜି ସଭିଏଁ ପାଗଳ
       କେ ମାନୁଛି ନୀତି ଶାସ୍ତ୍ର?
ସଂସାର ହାଟରେ ବଞ୍ଚିବାକୁ ହେଲେ
       ରହିଛି ଅନେକ ବାଟ,
ଜୀବନ ସ‌ଉଦା ସୁଖ ଦୁଃଖ ଏଠି
      ଲାଗିଛି ଯେତେକ ନାଟ।
ଜାଣିବା ଲୋକକୁ ପଡ଼ିଅଛି ବାଟ
      ନ ଜାଣିବା ଲୋକ ଅନ୍ଧ,
ବାଲିରେଣୁ ମହାବନ୍ଧ ସୁଜନେ ହୋ
      ଲେଖିଲେ ଅଚ୍ଯୁତାନନ୍ଦ।
ବୁଝିଶୁଝି‌ ବାବୁ ଉଚିତ୍ ପଥରେ
       ଚାଲିବାକୁ ପୁଣି ହେବ,
ସୁପଥ ଛାଡିକି‌ କୁପଥେ ଗମିଲେ
       ପାଦରେ କଣ୍ଟା ଫୁଟିବ।
ଜନ୍ମରୁ ମରଣ ମଧ୍ୟରେ ଜୀବନ 
      ସଂଗ୍ରାମ ଯା' ଅନ୍ଯ ନାମ,
ବୁଦ୍ଧି ବିଚାରିକି‌ କାର୍ଯ୍ଯ‌ କଲେ ହେବ
      ସମସ୍ୟାର ସମାଧାନ।।
ଚାଲିବାକୁ ଅଛି ବାଟ ବହୁଦୂର
     ଉଛୁର ହେଲାଣି ବେଳ,
ରାମନାମ କାତ ଧରି କରି‌ ଆଣ୍ଟ
      ହେବୁ ଭବଜଳୁଁ‌ ପାର।।
(ପାଳକଣା, କୋରୋ, କେନ୍ଦ୍ରାପଡ଼ା 
    ମୋ-୭୮୯୪୩୯୮୫୦୦)


Rate this content
Log in

Similar oriya poem from Comedy