STORYMIRROR

Nrusingha Narayan Tripathy

Comedy Inspirational

4  

Nrusingha Narayan Tripathy

Comedy Inspirational

ଆକାଶ କଇଁଆ ଚିଲିକା ମାଛ

ଆକାଶ କଇଁଆ ଚିଲିକା ମାଛ

1 min
255


ପାଠ ନାହିଁ ମୋର ସ୍ବପ୍ନଟି ନିଜର

ଦିବାସ୍ୱପ୍ନେ ଅଧିକାରୀ

ଅନର୍ଗଳ କହେ ଇଂରାଜୀ ମନରେ

ଜ୍ଞାନୀ ଗୁଣୀ ଯିବେ ହାରୀ ll


ଚାଲି ଜାଣେ ନାହିଁ ବାଜୁଛି ଗୋଇଠି

ଜାଲ ବିଚ୍ଛେ ତିମି ପାଇଁ

କେରାଣ୍ଡି ଡେଇଁଲେ ଛାତିଟି ଚହଲେ

ମୋ ପରି ବୀରକେ ନାହିଁ ll


ମୁହଁ ଇସିପାତ ପଛ ସନିପାତ

କଥା ଟାଣ କାମ ଶୂନ

ମରୁଭୂମି ପରେ ଶୂନ୍ୟରେ ପହଁରେ

ମିଥ୍ୟା ଗର୍ବେ ମନ ଟାଣ ll


ଜାଗା ଗୁଣ୍ଠେ ନାହିଁ ଚନ୍ଦ୍ର ଜାଗା ପାଇଁ

ମନ ମୋର ହାଇଁପାଇଁ

ଲଣ୍ଠନ ଲଗାଇ ଏଲିଡ଼ କହଇ

ମନ ମୋର ସ୍ଥିର ନାହିଁ ll


କଥାରେ କଥାରେ ମନ୍ତ୍ରୀ ପରିଚିତ 

ମାଉସୀ ପୁଅଯେ ଭାଇ

ଦେଖି ଦେଖି ମରେ ନକରି ମୁଁ ଭାବେ

ଭାଗ୍ୟଫଳ ଭଲ ନାହିଁ ll


ଡ଼ଙ୍ଗା ମୁଁ କିଣିଲେ ଇଲିସି ଧରିବି

ଖାଇବାକୁ ଭାରୀ ମନ

ଆକାଶ କଇଁଆ ଚିଲିକାର ମାଛ

ଭାବୁ ଭାବୁ ଯାଏ ଦିନ ll


ଶୋଇକି ଖଟରେ  ବୁଲୁଛି ଆକାଶେ

ମୁଣ୍ଡ ମୋର ଝାଇଁ ଝାଇଁ

ଧୁବ୍ର ତାରା ଧରି ଶୂନ୍ୟରେ ଖେଳୁଛି 

ମୁହେଁ ମୋର ଲଜ୍ଜ୍ୟା ନାହିଁ ll


ବଲ ମୁଁ ଧରିନି ବୋଲଡ କରିଛି 

ତେନ୍ଦୁଲକର ଛାନିଆଁ

ଧନ୍ୟ ମୋର ମନ ଲଗାମ ବିହୀନ

ଜିତିଵି ସତେ ଦୁନିଆଁ ll


ବୟସ ଷୋହଳ ମାଧୁରୀରେ ମନ

ହୁଅନ୍ତାକି ମୋର ସାଙ୍ଗ

ନିତି ଦେଖୁଥାନ୍ତି ଚନ୍ଦ୍ର ବଦନୀ କି

ପିଉଥାନ୍ତି ପ୍ରୀତି ଭାଙ୍ଗ ll


ଦେହ ମୋର କଙ୍କି ହିରୋ ମୁଇଁ ହେବି

ଶକ୍ତିମାନ ବାହୁବଳୀ

ଏଭରେଷ୍ଟ ଗିରି ଡେଇଁ ମୁଁ ପଡିବି

ଚୀନ ମୋ ଦେହର ମଳି ll


ସ୍ବପ୍ନ ଦେଖିବାଟା ନୁହେଁ ଛୋଟ କଥା

ବାସ୍ତବତା ସ୍ବପ୍ନ ନିଶା 

ଅସମ୍ଭବ ଇଛା ମନୁ ଛାଡୁ ବସା

ନ ହେଲେଯେ ଲୋକହସା ll



Rate this content
Log in

Similar oriya poem from Comedy