STORYMIRROR

Nrusingha Narayan Tripathy

Comedy Inspirational Others

4  

Nrusingha Narayan Tripathy

Comedy Inspirational Others

ଆଜିର ନାରୀ

ଆଜିର ନାରୀ

1 min
351


ରୂପେ ଅନୁପମ  ଶୋଭାରେ ପୂରିତ 

   ଶ୍ରେଷ୍ଠ ଆବିସ୍କୃତ ବିଶ୍ୱେ 

କାମିନୀ କାଞ୍ଚନ  ସୁନ୍ଦର ତନୟ 

   ଦର୍ଶନେ ମନ ଆକର୍ଷେ l


ଆଖିରେ କଜଳ   ଓଠେ ଲିପିସ୍ଟିକ 

    ମୁହଁ ତାର ଯାଦୁଘର 

ହାତ ଗୋଡ଼ ପେଟ   ମେହେନ୍ଦି ମଣ୍ଡିତ 

   ଚିତ୍ରାଳୟ ତା ଶରୀର l


ହାତେ ମୋବାଇଲ   ପାଦେ ହାଇ ହିଲ 

        ଚାଲି ତ ଗଜଗମନି 

ଅର୍ଦ୍ଧ ନଗ୍ନ ଡ୍ରେସ   ବକ୍ଷ ରେ ଶୋଭିତ 

      ମନେ ମନେ ହିରୋଇନି l


ସନ୍ତାନ ସନ୍ତତ୍ତି   ଚା'ଲଡ କେୟାରେ 

    ବୁଦ୍ଧାଶ୍ରମେ ତା ଶାଶୁ 

ଖାଇବା ପାଇଁକି   ରୋଷଇ ନକରେ 

    ଖାଦ୍ୟ ଆଣେ କିଣି ସବୁ l


କର୍ମଜୀବି ନାମେ   ମହିଳା କରଇ 

     ରାମଲୀଳା ସୀତାଙ୍କର 

ବନ୍ଧୁ ପଡ଼ିଶାଙ୍କୁ    ଚିହ୍ନି ନ ପାରଇ 

    ନ ଥାଏ ସ୍ନେହ ଆଦର l


ଓଷା ପାର୍ବଣ ରେ   ସଜେଇ ହୋଇକି 

    ରଙ୍ଗିଲା ପୋଷାକ ରୁଚେ 

ପ୍ରଥା ରୀତି ସବୁ  ପୁରୁଣା କାଳର 

    ଖୁସି ରେ ଡିସ୍କୋ ନାଚେ l


ଭାଇ ବନ୍ଧୁ ଠାରୁ  ଦୂରରେ ରହିକି 

    ପ୍ରେମରେ ବାନ୍ଧେ ସ୍ୱାମୀକୁ 

ଭିଟା ମାଟି ଟିକୁ    ଶାଗ ମାଛେ ବିକି 

    ରସେ ସେ ଧର୍ମଭାଇକୁ l


ଲଜ୍ୟା ଶଙ୍କା ଡର   ଛାଡିକି ନାରୀଟି 

   ଯାଏ ସେ କ୍ଲବ ସଂଧ୍ୟାରେ 

ହାତେ ସିଗାରେଟ  ମୁହେଁ ମଦରସ 

    ପିଇକି ଘରକୁ ଫେରେ l


ମଡର୍ଣ୍ଣ ନାମରେ   ଅସଭ୍ୟ ଆଚରେ 

   ଭୁଲି ମର୍ଯ୍ୟାଦା ବଂଶର 

ହେଲେ ବଳାତ୍କାର   ଦୋଷ ପୁରୁଷର 

    ଅଯଥା କରେ ଚିତ୍କାର l


ନାରୀ ହୋଇ ପୁଣି   ନାରୀ ଙ୍କ ଇର୍ଷାରେ 

    ଝିଅ ବୋହୁ ଅତ୍ୟାଚାରେ 

ନାରୀଙ୍କ ଭୂମିକା   ନାରୀ ଅତ୍ୟାଚାରେ 

    ରୁହଇ ସେ ସର୍ବାଗରେ l


ପେଣ୍ଡାଲ ଉପରେ   ଉଲଗ୍ନ ଶରୀରେ 

    ନାନା ନୃତ୍ୟ ରଙ୍ଗେ ରସେ 

ଅଶୀଳ ଭିଡ଼ିଓ  ସୌନ୍ଦର୍ଯ୍ୟ ଶରୀରେ 

     ନାରୀର ସମ୍ମାନ ହାସ୍ରେ l


ନିଜର ପ୍ରଶଂସା   ପ୍ରମୋସନ ପାଇଁ 

   ଦେହ ବାଣ୍ଟେ ସୌନ୍ଦର୍ଯ୍ୟରେ 

ବେପାର ବାଣିଜ୍ୟ  କାରବାର ପାଇଁ 

    କାମରେ ପାଗଳ କରେ l


ନାରୀ ର ସମ୍ମାନ   ନାରୀ ତ ହରାଏ 

   ଅନ୍ଧ ହୋଇ ସୌନ୍ଦର୍ଯ୍ୟ ରେ 

ରହିବ ସମ୍ମାନ  ନାରୀ ର ସୁରକ୍ଷା 

   ହେଲେ ନାରୀ ଶିକ୍ଷିତରେ ।


Rate this content
Log in

Similar oriya poem from Comedy