ପାନ୍ଥଶାଳା
ପାନ୍ଥଶାଳା
ତୁମ ଭାବନାରେ ପ୍ରାଣ ସମ୍ମୋହିତ
ସରାଇ ଗଢିଛି ବସି
ତୁମେ ଯେ ପଥିକ ସେ ପାନ୍ଥନିବାସେ
ସାକ୍ଷୀ ଏକା ଏଇ ନିଶି ।
ପ୍ରୀତି ଗୁନ୍ଥା ଗଳ୍ପ କବିତାର ଗୁଚ୍ଛ
କାନ୍ଥ ଚିିତ୍ରପଟେ ଦୃଶ୍ୟ
କେଉଁଠି ପ୍ଲାବିତ କେଉଁଠି ଯେ ପ୍ରୀତ
ତୁମ ପ୍ରସ୍ପୁଟିତ ହାସ୍ୟ ।
ଈଷତ୍ ମୁହୂର୍ତ୍ତ ଢାଳି ପ୍ରେମ ଘୃତ
ସୃହା କଲ ବିିିିରଚନ
ସେହି ଜାଗରଣେ ଲେଖନୀ ଚାଳନେ
କବିତାର ଉଦ୍ଭାବନ ।
ପ୍ରୀତି କିରଟୀରେ ସାଜେ ପାନ୍ଥଶାଳା
ଗରବେ ଯେ ମଥା ଉଚ୍ଚା
ବିମଳ ରଜନୀ ସୁଭାଷିଲା ବାଣୀ
ପ୍ରଥମ ଅତିଥି ସଚ୍ଚା ।