ପାଦରେ ତୋ ହିଲ ଜୋତା
ପାଦରେ ତୋ ହିଲ ଜୋତା
ପାଦରେ ତୋ" ହିଲ ଜୋତା,
ମଥାରେ ରଙ୍ଗୀନ ଛତା
ଗୋରୀ ମାରି ତୁ" କେଡେ ଷ୍ଟାଇଲି,
ରାଜହଂସୀ ଚାଲି ତୋର
ଉର୍ବଶୀ ଠାରୁ ସୁନ୍ଦର
ପଛକୁ ଅନାଲୋ ଟିକେ ବୁଲି । (0)
ସାପ ପରି ଫଁ ଫଁ ହୋଇ
ପାଟିକୁ କାମୁଡି ତୁହି
କେଉଁଆଡେ ଯାଉଛି ଦଉଡି,
ପାଖରେ ନେବି ବସେଇ
ପାର୍କକୁ ନେବି ବୁଲେଇ
ଅଛି ମୋ" ପାଖରେ ବୁଲେଟ ଗାଡି ।
ମୋର କଥା ଟିକେ ଶୁଣି
ବୁଲି ପଡେ ଲୋ" ଫେସନ ବାଲି,
ପାଦରେ|(1)
କେତେ ଚାଲି ଚାଲି ଯାଉ
ଆଲୋ ମୋ " ସାଧବ ବୋହୂ
କଷ୍ଟ ଦେଇ ତୋର ଏ" ପାଦକୁ,
ମୋର କଥା ଟିକେ ଶୁଣି
ଫେରି ଆ" ପାଖକୁ ପୁଣି
ମାନି ଯାଇ ତୁ" ମୋର କଥାକୁ ।
ଫୁଲ ସବାରୀରେ ମୋତେ
ନେବି ଲୋ" କରି ମୋ" ଘରବାଲି
ପାଦରେ |(2)

