STORYMIRROR

Santosh Bhoi

Abstract Others

3  

Santosh Bhoi

Abstract Others

ପାଦ

ପାଦ

1 min
268

ପାଦ ଥିଲେ ଚାଲିହୁଏ

ପାଦ ନଥିଲେ?


ଜୀବନର ତମାମ ଯନ୍ତ୍ରଣାକୁ

ବୋହିଛି ଏ ପାଦ

ମୋ ଶରୀରକୁ ବି!


କେତେ ଖାଲ-ଖମଣ

କଣ୍ଟା, କାଚ,ପଥୁରିଆ-ଗୁଡି, କାଦୁଅ

ଚୌର୍ଯ୍ୟ, ମିଥ୍ୟା, ମୈଥୁନକୁ

ଅତିକ୍ରମ କରିନି ଏ ପାଦ!

ଇସାରା ପାଇ ପାପଲାଳସୀ ଘୋଡାକୁ

ଲଗାମ ଦେଇକି ପାରୁଛି 

ସେ।


ସେଦିନ କୁଦିଥିବା ପ୍ରେମର ପାହାଚରେ

ଆଜି ବି ପାଦତଳ ଲାଲ୍।

ଅବସୋସର ପଶାପାଲୀରେ ବସି

ଦାନ ପକେଇବାକୁ ମାମୁର ବୁଦ୍ଧି

ଆଉ କାମ କରୁନି

ଦୁର୍ଯ୍ୟୋଧନର ଜାନୁଭଙ୍ଗର ହାଲୁକା ପଣକୁ

ପାଦ ତ ମୁଣ୍ଡେଇ ପାରୁନି!

ଖାଲି ଯାହା ଘୁଷୁରୁଛି। 


ବାବୁ ଯେବେ ଜୋତା ମୋଜା ପିନ୍ଧି

ବାହାରକୁ ବାହରନ୍ତି

ପାଦ ତ ଅଣନିଶ୍ବାସୀ

ଶେତୁଆ ବିଶେଷ

ପାଦର ଶିରାପ୍ରସିରା ବିଦ୍ରୋହ କରନ୍ତି

ମଣିଷର ଅବିବେକି ବିଳାସକୁ।


ପାଦ ତଳର ଫୋଟକା

ଖୋଲିଯାଏ ପରସ୍ତ ପରସ୍ତ ହୋଇ

ମାଂସକୁ ଛୁଇଁବାକୁ

ମାଛିକାଛି ମୋ ଅଜାଣତରେ ବସନ୍ତି

ଶୋଷନ୍ତି 

କିଛି ଜଣାପଡେ ନାହିଁ

ନ ତଡିବାଯାଏ।


ମେଞ୍ଚାଏ ମେଞ୍ଚାଏ କଷ୍ଟ ସହି

ଚାଲୁଛି, ବସୁଛି, ଶୋଉଛି

କଷ୍ଟ କି ଲିଭୁଛି?

ଖାଲି ଜଳୁଛି ରାଜଯଜ୍ଞ ହୋମନିଆ ପରି

ଗଙ୍ଗାଜଳ ଛିଞ୍ଚିଲେ କି ଲିଭୁଛି?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Santosh Bhoi

ଲୁହ

ଲୁହ

1 min ପଢ଼ନ୍ତୁ

ପାଦ

ପାଦ

1 min ପଢ଼ନ୍ତୁ

Similar oriya poem from Abstract