STORYMIRROR

Santosh Bhoi

Others

3  

Santosh Bhoi

Others

ବାରଙ୍ଗନା

ବାରଙ୍ଗନା

1 min
58

 😊ବାରଙ୍ଗନା😊

ଟୋପାଏ ସିନ୍ଦୁର

ଓ ଦି ପଟ ଶଙ୍ଖାକୁ

ପାଇବାର ଆଶାରେ 

ମୁଁ ହରେଇ ଚାଲିଛି ମୋ ବର୍ତ୍ତମାନ

କେତେ ଥର ମୋ ଯୌବନ ଢେଉକୁ

ଉଛୁଳେଇ ଦେଇନି ମୁଁ

କେତେ ସାହେବୀ ସହରୀ ବାବୁଙ୍କ ଠାରେ।


ଅତୀତରେ ଭଲ ପାଉଥିବା

ଏ ଦିହକୁ, ଏ ରକ୍ତକୁ

ଚଳ ଚଳ ପିଇଯିବାର ଇଚ୍ଛାରେ

ବାଉଁଶ ତାଟି କଳଙ୍କର ଦାଗରେ

ଆଜି ମୁଁ କଳଙ୍କିନୀ

ଜୀବନ ଆଗରେ 

ଦୁନିଆ ଆଗରେ।


ଆଖିର ଲୁହ ଓଠ ଛୁଇଁ

ମୁଁ ଏବେ ସ୍ବପ୍ନଜ ଦୁନିଆରେ ଦେହଭକ୍ଷୀ

ଗୌରିକ ଦିହ ମୋର ଯାଯାବର

ତୁମ ପାଇଁ ତୁମ ଠାରେ

ଆସ ତୁମେ

ଚୁମିଯାଅ 

ଲୁଣ୍ଠିଯାଅ

ପିମ୍ପୁଡିଟେ ସାଜି

ମୋ ମିଷ୍ଟାନ୍ନର ଚାରିପାଖେ।


ମୁଁ ଏବେ ବାରଙ୍ଗନା

ଦେହଭକ୍ଷୀ ଶାକମ୍ବରୀ ନୀଳାମ୍ବରୀ

ଛାୟା ତଳେ ଆବୋରି ବସେ

ଦେହ ବିକ୍ରି ମନ ବିକ୍ରି 

ବାସି ବାସି ଚିଜ ବିକ୍ରି ପାଇଁ

ଲମ୍ପଟୀ ମୁଁ

ଲମ୍ପଟ କରାଏ ଏ ଦିହତଳେ

ପୃଥିବୀ ଛାତିକୁ ଜାବୁଡି

ପ୍ରେମକରେ 

ଘୃଣାକରେ

ଆଶାକରେ

କାଲିର ସକାଳକୁ।


ଇଚ୍ଛିବାର ସ୍ବପ୍ନରେ 

ରାତି ଆଣେ ଲଣ୍ଠନର ତୀବ୍ର ତେଜ

ମହାଆଲୋକ

ମୋ ଦେହେ

ମୋ ମନେ

ଉଷ୍ମତାରେ ତରଳୁଥିବା 

ମୁଁ ଗୋଟେ ମହମବତୀଟେ।

ଆଲୁଅ ଥାଉ କି ନଥାଉ

ମୁଁ କିନ୍ତୁ ତରଳି କଠିନ ହୁଏ

କାଲିର ସକାଳକୁ।


ମୁଁ ବାରଙ୍ଗନା

ଦେହ ବିକି

ମନ ବିକି

ଜୀବନ ବିକି

ଆଶା ବିକି

ନିଦ ବିକି

ସ୍ବପ୍ନ ବିକି

ତୁମଠୁ କିଣେ ମହାସୁଖ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Santosh Bhoi

ଲୁହ

ଲୁହ

1 min ପଢ଼ନ୍ତୁ

ପାଦ

ପାଦ

1 min ପଢ଼ନ୍ତୁ