STORYMIRROR

Santosh Bhoi

Abstract

2  

Santosh Bhoi

Abstract

ଲୁହ

ଲୁହ

1 min
2.9K

ଆଖିର ନିସ୍ତବ୍ଧ ଇଲାକାରୁ ଦିନେ ଲୁହଟିଏ ବହିଗଲା

ଶରତରେ ଫେରିଥିବା ମୌସୁମୀ ସେ।


ତାକୁ ମୁଁ ପଚାରିଲି "ତୁମେ ଥିଲ ମୋର ଅତି ଆପଣାର

କାହିଁ ତୁମେ ବହିଗଲ?"


ସେ ଦୁଃଖେ ଜବାବ ଦେଲା "ବନ୍ଧୁ ମୋର

ତୁମ ନେତ୍ରେ କେହି ଜଣେ ଅଧିକ ସୁନ୍ଦର!

ସେଠି ମୋର ନାହିଁ ପ୍ରୟୋଜନ,

କିନ୍ତୁ ଆସିବି ମୁଁ ଦିନେ

ଏକାନ୍ତ ଗୋପନେ, ଯେବେ ସେ ତୁମକୁ କରିପର

ଚାଲିଯିବ ବହୁଦୂର...


ତୁମ ସୁଖେ ନଥିଲି ଗୋ ବନ୍ଧୁ

ଦୁଃଖେ ଆଉ ହେବିନି ଅଲଗା

ଜୀବନର ଶେଷ କ୍ଷଣ ଯାଏ

ରହିଥିବି ବନ୍ଧୁ ପରି ବନ୍ଧୁଟିଏ ହୋଇ

ଚାଲୁଥିବି ପଥଚାରୀ ପରି

ତୁମ ନେତ୍ର ପାନ୍ଥଶାଳେ ହୋଇ ଆଶ୍ରୟୀ।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Santosh Bhoi

ଲୁହ

ଲୁହ

1 min ପଢ଼ନ୍ତୁ

ପାଦ

ପାଦ

1 min ପଢ଼ନ୍ତୁ

Similar oriya poem from Abstract